fbpx

ଏହା କୌଣସି ଖେଳଘର ନୁହେଁ, ନ୍ୟାୟ ନ ମିଳିଲେ ୮ ଦିନ କ’ଣ ୮ ମାସ ମୁଁ ଧାରଣାରେ ବସିବି: ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକୁ ୮ ଦିନ ପୂରିଲା । ମାତ୍ର ଏ ପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସି ରହିଥିବା ତପସ୍ୱିନୀ ଦାଶ । ତେବେ ଇତି ମଧ୍ୟରେ ଅନେକ ସମାଜସେବୀଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ତପସ୍ୱିନୀଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛନ୍ତି । ଅନ୍ୟପକ୍ଷରେ ଆସ୍କା ନିକଟସ୍ଥ ବାଲିସିରା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାରୁ ସେ ଏ କ୍ଷେତ୍ରରେ କିଛି କରିପାରିବେ ନାହିଁ ବୋଲି କହିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ ।

ଏେନେଇ ତପସ୍ୱିନୀ କହିଛନ୍ତି ଯେ, ତାଙ୍କୁ ତାଙ୍କର ଅଧିକାର ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ । ୮ ଦିନ କ’ଣ ଦରକାର ପଡ଼ିଲେ ସେ ୮ ମାସ ଆନ୍ଦୋଳନ ଜାରି ରଖିବେ । ଭଗବାନ ଓ ନ୍ୟାୟାଳୟ ଉପରେ ତାଙ୍କର ଭରସା ରହିଛି, ତେଣୁ ସେମାନେ ତାଙ୍କୁ ନିଶ୍ଚୟ ନ୍ୟାୟ ପ୍ରଦାନ କରିବେ । ଏହା କୌଣସି ଖେଳଘର ନୁହେଁ । ଗୋଟିଏ ଝିଅ କେତେଦିନ ଆଉ ଏମିତି ଧାରଣାରେ ବସିବ । ତେଣୁ ତାଙ୍କୁ ଶୀଘ୍ର ନ୍ୟାୟ ମିଳିଯାଉ, ଏହା ତାଙ୍କର ଜଜସାହେବଙ୍କ ଉପରେ ଭରସା ଅଛି । ଆଜି ତାଙ୍କୁ ନ୍ୟାୟ ମିଳିଗଲେ ସେ ଖୁସିଖୁସିରେ ଫେରିବେ ବୋଲି କହିଛନ୍ତି । ସେହିପରି ଆଜି କୋର୍ଟରେ ଶୁଣାଣି ଥିବାରୁ ଓକିଲଙ୍କ ପରାମର୍ଶ ନେଇ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି ତପସ୍ୱିନୀଙ୍କୁ ନ୍ୟାୟ ମିଳିବା ପାଇଁ ସାହାଯ୍ୟ କରୁଥିବା ସମାଜସେବୀ ପ୍ରମିଳା ତ୍ରିପାଠି । କୋର୍ଟଙ୍କ ପକ୍ଷରୁ ତାଙ୍କ ଝିଅକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।

Get real time updates directly on you device, subscribe now.