fbpx

ଏହି ରେଷ୍ଟୁରାଣ୍ଟରେ ଖାଇବାକୁ ହେଲେ ଖୋଲିବାକୁ ପଡ଼ିବ କପଡ଼ା! ଜାଣନ୍ତୁ କେଉଁଠି ରହିଛି ଏମିତି ଅଜବ ଅଭ୍ୟାସ

କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ବିଲ୍ ନଦେଇପାରିବା ଫଳରେ କପଡ଼ା ଉତାରିଦେବା କଥା ଶୁଣିଥିବେ । କିନ୍ତୁ ଏମିତି କୌଣସି ରେଷ୍ଟୁରାଣ୍ଟରେ ବିଷୟରେ ଶୁଣିଛନ୍ତି ଯେ ଯେଉଁଠରାରେ ବିଲ ଦେବା ପୂର୍ବରୁ ହିଁ କପଡ଼ା ଖୋଲିବାକୁ ପଡ଼ିଥାଏ ।

ଫ୍ରାନ୍ସର ପ୍ୟାରିସ ସହରରେ ପ୍ରଥମ ଥର ଏକ ନେକେଡ ରେଷ୍ଟୁରାଣ୍ଟ ଖୋଲିଛି । ଯେଉଁଠାରେ ଲୋକମାନେ ର୍ନିବସ୍ତ୍ର ହୋଇ ଖାଦ୍ୟ ଖାଆନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି O’naturel ରେଷ୍ଟୁରାଣ୍ଟର ଡାଇନିଙ୍ଗ ରୁମରେ ପ୍ରବେଶ କରିବା ପୂର୍ବରୁ ଅତିଥିଙ୍କୁ ନିଜର ସବୁ କପଡ଼ା ଖୋଲିବାକୁ ପଡ଼ିଥାଏ ଏବଂ ଆଲମାରୀରେ ରଖିବାକୁ ପଡ଼େ । ତେବେ ଯେଉଁମାନେ ସଂଙ୍କୋଚ କରିଥାନ୍ତି ସେମାନଙ୍କୁ ପାଇଁ ନାପକିନ ରହିଛି । ଗ୍ରାହକଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ମାଲିକ ରେଷ୍ଟୁରାଣ୍ଟର ଝରକା ଏବଂ ପ୍ରବେଶ ଦ୍ୱାରକୁ ପରଦା ଦ୍ୱାରା ଢ଼ାଙ୍କି ରଖିଥାନ୍ତି । ଏଠାରେ ଡିନର ପାଇଁ ପ୍ରାୟ ୨୩୦୦ ଟଙ୍କା ଦେବାକୁ ପଡ଼ିଥାଏ ।

ତେବେ ଫ୍ରାନ୍ସରେ ପ୍ରଥମ ନ୍ୟୁଡ ରେଷ୍ଟୁରାଣ୍ଟ ହୋଇଥିଲେ ବି ପୂର୍ବରୁ ସହରରେ ଏଭଳି ରେଷ୍ଟୁରାଣ୍ଟ ରହିଛି । ଯେମିତିକି ଲଣ୍ଡନରେ ଗତ ବର୍ଷ ଖୋଲିଥିବା ବୁନୟାଡି ରେଷ୍ଟୁରାଣ୍ଟ ଏବଂ ସ୍ପେନରେ ଟେନରଫାଇନ ଆଇଲାଣ୍ଡରେ ଥିବା ଇନ୍ନାଟୋ ରେଷ୍ଟୁରାଣ୍ଟ । ସତରେ ଅଜବ ଅଭ୍ୟାସ ରହିଛି ଏହି ଦୁନିଆରେ ଲୋକମାନଙ୍କର ।

Get real time updates directly on you device, subscribe now.