fbpx

ମୋତିଆବିନ୍ଦୁ ଅପରେସନରେ ଗଡ଼ବଡ଼: ୬୫ ଜଣଙ୍କର ମଧ୍ୟରୁ ୧୫ ଜଣଙ୍କର କଢ଼ାଗଲା ଆଖି, ସ୍ଥିତି ଶୋଚନୀୟ

ମୁଜଫରପୁର: ଆଖି ଅପରେସନ୍ ରେ ବଡ଼ ଧରଣର ତ୍ରୁଟି । ନଭେମ୍ବର ୨୨ ତାରିଖରେ ହୋଇଥିବା ମୋତିଆବିନ୍ଦୁ ଅପରେସନ୍ ପରେ ୬୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କର ଆଖି ବାହାର କରିବାକୁ ପଡ଼ିଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି । କାରଣ ଅନ୍ୟ ମାନଙ୍କ ଆଖିରେ ମଧ୍ୟ ଇନଫେକ୍ସନ୍ ବ୍ୟାପିଯାଇଛି ।

ସୂଚନା ଅନୁସାରେ, ନଭେମ୍ବର ୨୨ ତାରିଖରେ ମୁଜଫରପୁର ର ଏକ ଚକ୍ଷୁ ହସ୍ପିଟାଲରେ ୬୫ ଜଣଙ୍କର ଆଖିର ମୋତିଆବିନ୍ଦୁ ଅପରେସନ୍ ହୋଇଥିଲା । ଯାହାପରେ ସେମାନଙ୍କ ଆଖିରେ ଇନଫେକ୍ସନ୍ ହେବା ଆରମ୍ଭ ହୋଇଥିଲା । ଏହାପରେ ସେମାନଙ୍କ ପରିବାର ଲୋକ ହସ୍ପିଟାଲରେ ଆସି ଖୁବ ହଙ୍ଗାମା କରିଥିଲେ । ବର୍ତ୍ତମାନ ଏହା ଏକ ଗମ୍ଭୀର ସମସ୍ୟାର ରୂପ ନେଇଛି ।

ସିଭିଲ୍ ସର୍ଜନ ଡା. ବିନୟ କୁମାର ଶର୍ମୀ ଏସିଏମଓ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ୍ ଗଠନ କରି ତିନି ଦିନ ଭିତରେ ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପୀଡ଼ିତ ମାନଙ୍କୁ ଅନ୍ୟତ୍ର ଚିକିତ୍ସା କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାପରଠାରୁ ଯେଉଁ ମାନେ ଚିକିତ୍ସା କରିବା ପାଇଁ ଆସୁଛନ୍ତି ସେମାନଙ୍କ ଅନ୍ୟତ୍ର ପଠାଯାଉଛି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏବେ ପର୍ଯ୍ୟନ୍ତ ଇନଫେକ୍ସନ୍ ମାମଲାରେ ୧୫ ଜଣ ଭର୍ତ୍ତି ହୋଇଛନ୍ତି ଓ ୧୧ ଜଣଙ୍କର ଆଖି ଅପରେସନ୍ କରି ବାହାର କରିଦିଆଯାଇଛି । ବାକି କିଛି ୪ ଜଣଙ୍କର ଅପରେସନ୍ ହେବ ।

Get real time updates directly on you device, subscribe now.