fbpx

ଓମିକ୍ରନ୍ ବଢ଼ାଇଲା ଚିନ୍ତା; ହାଇ ରିସ୍କ ଦେଶରୁ ଫେରିଥିବା ଯାତ୍ରାଙ୍କ ମଧ୍ୟରୁ ୬ଜଣ କୋଭିଡ୍ ପଜିଟିଭ୍, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ପ୍ରଜାତି ତାଣ୍ଡବ କରୁଛି । ସେଠାରେ ଦିନକୁ ଦିନ ନୁତନ ପ୍ରଜାତି ଓମିକ୍ରନ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଦକ୍ଷିଣ ଆଫ୍ରିକା ଏବେ ହାଇ ରିସ୍କ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଯାଇଛି । ଖାଲି ଦକ୍ଷିଣ ଆଫ୍ରିକା ନୁହେଁ ବରଂ ମୋଟ ୨୧ ଦେଶରେ ଏବେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ କାୟା ବିସ୍ତାର କରିଛି । ଏବେ ଏହି ହାଇ ରିସ୍କ ଦେଶରୁ ଭାରତକୁ ଫେରିଥିବା ଯାତ୍ରୀଙ୍କ କରାଯାଇଥିବା କରୋନା ଟେଷ୍ଟ ରିପୋର୍ଟ ଆସିଛି । ୩ହଜାର ୪୭୬ ଜଣଙ୍କ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ସାମ୍ପଲ ସବୁକୁ ଜିନୋମ୍ ସ୍ୱିକ୍ୱେନ୍ସ କୁ ପଠାଯିବ । କାରଣ ଜିନୋମ୍ ସିକ୍ୱେନ୍ସରୁ ଏହା ଜଣାପଡ଼ିବ ଯେ, ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀଙ୍କ ଠାରେ କେଉଁ ଭାରିଆଣ୍ଟ ରହିଛି । ଅନ୍ୟପଟେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ମଙ୍ଗଳବାର ଦିନ କହିଛନ୍ତି ଯେ, କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ସହିତ ମୁକାବିଲା କରିବା ପାଇଁ ସେ ପୂରା ପ୍ରସ୍ତୁତି କରିଛନ୍ତି । ସମ୍ବେଦନଶୀଳ ୧୨ ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ।

Get real time updates directly on you device, subscribe now.