fbpx

ସାମନାକୁ ଆସିଲା ଆମେରିକାରେ ହୋଇଥିବା ‘ଟର୍ଣ୍ଣାଡୋ’ର ଭିଡିଓ, ନେଇଛି ୧୦୦ ଜଣଙ୍କ ଜୀବନ; ଦେଖନ୍ତୁ ଛାତିଥରା ଦୃଶ୍ୟ

ୱାଶିଂଟନ: ଆମେରିକାରେ ହୋଇଥିବା ଭୟଙ୍କର ଝଡ଼ ବା ଟର୍ଣ୍ଣାଡୋ ମାତ୍ରାଧିକ କ୍ଷତି ଘଟାଇଛି । ୩୨୦ କିମି ଘଣ୍ଟାପ୍ରତି ବେଗରେ ମାଡ଼ି ଆସିଥିବା ଏହି ପ୍ରାକୃତିକ ଝଡ଼ ଆମେରିକାର ୬ଟି ରାଜ୍ୟରେ ଅନେକ କ୍ଷୟକ୍ଷତି ଘଟାଇଛି । ତେବେ ଏଡି ଟର୍ଣ୍ଣାଡୋ କବଳରେ ଆସି ୧୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ସୁଚନା ଯେ, କେଣ୍ଟକିରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ଏଠାରେ ଅନେକଙ୍କ ଘର ଭାଙ୍ଗିବା ସହିତ ଲୋକମାନେ ବେଘର ହୋଇଯାଇଛନ୍ତି ଓ ଅନେକ ସଂଖ୍ୟାରେ ବିଲ୍ଡିଂ ଭାଙ୍ଗିଯାଇଛି । ତେବେ ଏହି ଟର୍ଣ୍ଣାଡୋ ହେଉଚି ଆମେରିକା ଇତିହାସରେ ସବୁଠାରୁ ବଡ଼ ପ୍ରାକୃତିକ ଝଡ । ଏହି ପରିପେକ୍ଷ୍ରୀରେ ରାଷ୍ଟ୍ରପତି ଜୋ ବାଇଡେନ୍ କେଣ୍ଟକି ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ଏହି ତୁଫାନ୍ ମେଫିଲ୍ଡର ଛୋଟ ସହରକୁ ଧ୍ୱଂସ କରିଦେଇଛି । ମେଫିଲ୍ଡର ଏକ କ୍ୟାଣ୍ଡେଲ ଫ୍ୟାକ୍ଟ୍ରି ଓ ନର୍ସିଂହୋମ୍ ମାଟିରେ ମିଶିଯାଇଛି । ଖାଲି ସେତିକି ନୁହେଁ ଗୋଟିଏ ଟ୍ରେନ୍ କୁ ଲାଇନଚ୍ୟୁତ କରିଦେଇଛି ଓ ଆମାଜନ୍ ର ୱେରହାଉସ୍ ରେ ମଦ୍ୟ କ୍ଷତି ପହଞ୍ଚିଛି । ଅନ୍ୟପଟେ କେଣ୍ଟକିର ରାଜ୍ୟପାଳ ଆଣ୍ଡି ବେସୟର୍ ଙ୍କ କହିବାନୁସାରେ, ରାଜ୍ୟର ମଧ୍ୟଭାଗରେ ଏକ ଟ୍ୱିଷ୍ଟର୍ ଫାଟିବା କାରଣରୁ ୭୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଏବେ ବଢ଼ିବାରେ ଲାଗିଛି ।

 

Get real time updates directly on you device, subscribe now.