fbpx

(VIDEO) ସୁମିତଙ୍କୁ ପୋଲିସ କୌଣସି ପ୍ରଶ୍ନ କରୁନାହିଁ କ’ଣ ପାଇଁ, ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର: ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ଥମିବା ପରିବର୍ତ୍ତେ ଏବେ ବଢ଼ି ବଢ଼ି ଚାଲିଛି । ଉଭୟଙ୍କୁ ମିଶାଇବାକୁ କୋର୍ଟ, ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ତେବେ ବର୍ତ୍ତମାନ ସୁମିତ ନିଜ ପତ୍ନୀ ତପସ୍ୱିନୀଙ୍କଠାରୁ ଦୂରେଇ ରହିଥିବା ରହିବା କୌଣସି ଯୋଗାଯୋଗ କରୁନାହାନ୍ତି । ସେପଟେ ତପସ୍ୱିନୀ ଏକା ଏକା ଆସିକା ଚିନିଶିଳ୍ପ ଗେଷ୍ଟ ହାଉସରେ ରହିଛନ୍ତି ।

ତେବେ ପୂର୍ବ ପରି ପୁଣି ଥରେ ତପସ୍ୱିନୀ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଶେୟାର କରିଛନ୍ତି । ସେ କହିଛନ୍ତି ଯେ, ମୁଁ ବାହାରକୁ ଯିବା ବେଳେ ଆଇଆଇସିଙ୍କୁ ସୁରକ୍ଷା ମାଗିଥିଲି, ମାତ୍ର ସେ ମନା କରିଦେଇଥିଲେ । ସୁମିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରୁଥିବା ବେଳେ ତାଙ୍କୁ ଦଣ୍ଡ ମିଳୁନି । ସେହିପରି ମୁଁ ନିଜେ ଠିକ୍ ରାସ୍ତାରେ ଯାଉଥିଲେ ବି ମୋତେ ନ୍ୟାୟ ମିଳୁନାହିଁ । ପୋଲିସ ଯଦି ମୋତେ ଘରେ ସୁରକ୍ଷା ପ୍ରଦାନ କରିପାରୁଛି ତେବେ ବାହାରେ କାହିଁକି ନୁହେଁ । ଯଦି ମୋ ଶ୍ୱଶୁରଙ୍କର ଗୋଟିଏ ଝିଅ ଥାଅନ୍ତା ବା ସୁମିତଙ୍କର ଗୋଟିଏ ଭଉଣୀ ଥାଅନ୍ତା, ସେମାନେ କ’ଣ ଏପରି ଅବସ୍ଥାରେ ତାଙ୍କୁ ଛାଡ଼ି ଦେଇଥାନ୍ତେ । ଦିନକୁ ଦିନ ମୋର ମାନସିକ ଚାପ ବଢ଼ୁଛି, କିନ୍ତୁ ମୋତେ ନ୍ୟାୟ ମିଳୁନି । ଯଦି ମୋ ସ୍ୱାମୀ ତିନି ଦିନ ହେଲା ଘର ଖୋଜିବାକୁ ଯାଇଛନ୍ତି, ତେବେ ପୋଲିସ ତାଙ୍କୁ ଏନେଇ କାହିଁକି କିଛି ପ୍ରଶ୍ନ କରୁନାହାନ୍ତି କି ତଦାରଖ କରୁନାହାନ୍ତି ? ମୋ ସହିତ କାହିଁକି ଏପରି ହେଉଛି ମୁଁ ଜାଣିନି, କିନ୍ତୁ ମୋତେ ଲାଗୁଛି ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର ଚାଲିଛି । ମୁଁ କିନ୍ତୁ ନ୍ୟାୟ ପାଇଁ ଏକା ଏକା ଲଢ଼ୁଛି ଆଉ ଲଢ଼ୁଥିବି ।

Get real time updates directly on you device, subscribe now.