fbpx

ଗୁଗୁଲ୍ କ୍ରୋମ ୟୁଜର୍ସଙ୍କ ତଥ୍ୟ ହୋଇପାରେ ଚୋରି, ସରକାର ମଧ୍ୟ ଦେଲେ ଚେତାବନୀ; ଜାଣନ୍ତୁ କଣ କରିବେ

ନୂଆଦିଲ୍ଲୀ: କେବଳ ଭାରତରେ ନୁହେଁ ବିଶ୍ୱରେ ଗୁଗୁଲ୍ କ୍ରୋମ୍ ହେଉଛି ସର୍ବାଧିକ ବ୍ୟବହୃତ ବ୍ରାଉଜର୍ । ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର କାରଣ ହେଉଛି, ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ସଂଲଗ୍ନ ହୋଇଥିବା ଏକ ଇଣ୍ଡିଆନ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଟିମ୍ ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କ ପାଇଁ ଚେତାବନୀ ଦେଇଛନ୍ତି ।

CERT-In ଏକ ନୂତନ ରିପୋର୍ଟରେ କୁହାଯାଇଛି ଯେ, କ୍ରୋମ ବ୍ରାଉଜରକୁ ଅନେକ ଯାନ୍ତ୍ରିକ ପ୍ରସଙ୍ଗରେ ଅସୁରକ୍ଷିତ ଭାବରେ ଚିହ୍ନଟ କରାଯାଇଛି । ଆହୁରି ମଧ୍ୟ, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ଉପସ୍ଥିତ ଥିବା ଏକ ବଗ୍ ଆର୍ବିଟାରୀ କୋଡ୍ ଲିକ୍ କରିପାରେ । ଏହା ବ୍ୟତୀତ ଫୋନରେ ଉପସ୍ଥିତ ଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ହ୍ୟାକରକୁ ପଠାଇପାରେ ।

ଗୁଗୁଲ୍ କ୍ରୋମ୍ ବ୍ରାଉଜରରେ ଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି ଏବଂ ସମସ୍ତ ଉପଭୋକ୍ତାଙ୍କୁ ସେମାନଙ୍କର କ୍ରୋମ୍ ବ୍ରାଉଜର୍ ଅପଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ବିନା ଅନୁମତିରେ ହ୍ୟାକରମାନେ ବ୍ୟବହାରକାରୀଙ୍କ ଫୋନ୍ ଚଲାଇପାରନ୍ତି ଏବଂ କମ୍ପ୍ୟୁଟରରେ ଗୁପ୍ତଚର କରିବା ପାଇଁ ମାଲୱେର୍ ମଧ୍ୟ ଛାଡିପାରନ୍ତି ।

ତେଣୁ ନୂତନ ଭର୍ସନ ଆଣିବାକୁ ଏହି ଉପାୟ ଫଲୋ କରନ୍ତୁ ।

୧. ସବୁଠାରୁ ପ୍ରଥମେ ଗୁଗୁଲ କ୍ରୋମ୍ ବ୍ରାଉଜର୍ କୁ ଖୋଲନ୍ତୁ । ବ୍ରାଉଜିଂ ସ୍କ୍ରିନ୍ ର ଡାହାଣ ପଟ କୋଣରେ ଥିବା ତିନିଟି ଡଟ୍ ବିକଳ୍ପରୁ ସେଟିଂ କୁ ଯାଆନ୍ତୁ ।
୨. ଏହାପରେ ସେଟିଂ ରେ ଏବାଉଟ୍ କ୍ରୋମ୍ ଉପରେ କ୍ଲିକ୍ କରନ୍ତୁ । ଥରେ କ୍ଲିକ୍ କରିବା ପରେ ଅପଡେଟ୍ ଆରମ୍ଭ ହୋଇଯିବ । ଅପଟେଡ୍ ପରେ ଗୁଗୁଲ କ୍ରୋମ କୁ ପୁଣି ଲଞ୍ଚ କରନ୍ତୁ । କିଛି ସମୟ ଅପେକ୍ଷା କରିବା ପରେ ପୁଣି ବ୍ରାଉଜର୍ କୁ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.