fbpx

ସ୍ମାର୍ଟ ହେଲଥ୍ କାର୍ଡରେ ସାମିଲ୍ ହେଲା ଯାଜପୁର

ଯାଜପୁରରେ ବିଜୁ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ । ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ମାର୍ଟ ହେଲଥ୍ କାର୍ଡରେ ସାମିଲ ହେଲା ଯାଜପୁର । ଭିସି ଜରିଆରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

କାର୍ଡ ବଣ୍ଟନ କରିବା ସହ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘୨ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପ ଆରମ୍ଭ କରି ଖୁସି ଅନୁଭବ କରୁଛି’, ମିଶନ ଶକ୍ତିର ମାଆମାନେ ଭଲ କାମ କରୁଛନ୍ତି ଚାଷୀ ହେଉ କି ରିକ୍ସାଚାଳକ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ । ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ରାଜ୍ୟରେ ବିଏସକେୱାଇ ସ୍ମାର୍ଟକାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଅର୍ଥ ଅଭାବରୁ ସ୍ୱାସ୍ଥ୍ୟ ସୁବିଧାରୁ କେହି ବଞ୍ଚିତ ନହୁଅନ୍ତୁ । ସ୍ୱାସ୍ଥ୍ୟ ପାଇଁ ରଖିଥିବା ଅର୍ଥ ଅନ୍ୟ କାମରେ ବିନିଯୋଗ କରନ୍ତୁ । ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ସ୍ମାର୍ଟକାର୍ଡ । କାର୍ଡରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷର ବ୍ୟବସ୍ଥା ।

Get real time updates directly on you device, subscribe now.