ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଜଣେ ବଣିଆ, ରାଜନୈତିକ ମହଲରେ ଚର୍ଚ୍ଚା

ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେବେ ଶପଥ। ହେଲେ ଏବେ ଯାଏଁ ସସପେନ୍ସ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନାଁ। ସେପଟେ ବନ୍ଧା ସରିଲାଣି ଷ୍ଟେଜ। କାହା ମୁଣ୍ଡରେ ପିନ୍ଧାଯିବ ମୁକୁଟ।

ନୂଆଦିଲ୍ଲୀ: ଚର୍ଚ୍ଚାରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ। ଆସନ୍ତା କାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ। ହେଲେ ଏବେଯାଏଁ ଘୋଷଣା ହୋଇନାହିଁ ମୁଖ୍ୟମନ୍ତ୍ରୀଙ୍କ ନାଁ। ଯାହାକୁ ନେଇ ସସପେନ୍ସ ଭିତରେ ରହିଛନ୍ତି ନବନିର୍ବାଚିତ ବିଜେପି ବିଧାୟକ।

ପ୍ରକୃତରେ କାହା ନାଁରେ ବାଜିବ ମୋହର। ସେପଟେ ଶପଥ ଗ୍ରହଣ ପାଇଁ ଷ୍ଟେଜ୍ ପ୍ରସ୍ତୁତ ହୋଇସାରିଥିବା ବେଳେ, ଏପଟେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ। ଯେହେତୁ ଆଜି ସଂସଦୀୟ ବୋର୍ଡର ବୈଠକ ବସିଥିଲା ତେଣୁ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ଆଲୋଚନା ହୋଇଥିବା କଥା ଅନୁମାନ କରାଯାଉଛି।

ଷ୍ଟେଜ ରେଡ଼ି: ଆଜକୁ ପାଖାପାଖି ଦୁଇ ସପ୍ତାହ ପୁରିବାକୁ ବସିଲାଣି ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା। ହେଲେ ଏବେଯାଏଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ। କିନ୍ତୁ ସେପଟେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଷ୍ଟେଜ ବନ୍ଧା ସରିଲାଣି।

ବଣିଆ ମୁଖ୍ୟମନ୍ତ୍ରୀ: ଯଦି ଦେଖିବା ଶପଥ ଗ୍ରହଣ ପାଇଁ ଷ୍ଟେଜ ସିନା ରେଡି ସରିଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇନାହିଁ। ହେଲେ ଯେହେତୁ ଆଜି ସଂସଦୀୟ ବୋର୍ଡର ବୈଠକ ବସିଥିଲା। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ଚର୍ଚ୍ଚା ହୋଇଥିବା ନେଇ ସୂଚନା ମିଳିଛି।

ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ଆଲୋଚନାରେ ପଞ୍ଜାବୀ ଏବଂ ବଣିଆ ସମ୍ପ୍ରଦାୟର ଜଣେ ବିଧାୟକଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇପାରେ ବୋଲି କୁହାଯାଉଛି। ଏହାଛଡ଼ା ରେଖା ଗୁପ୍ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛି। ଏମିତିରେ ରେଖା ଗୁପ୍ତା ବି ବଣିଆ ସମ୍ପ୍ରଦାୟର।

ପଞ୍ଜାବ ମୁଖ୍ୟମନ୍ତ୍ରୀ: କେବଳ ରେଖା ଗୁପ୍ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ରହିଛି ତାହା ନୁହେଁ। ଏହାଛଡ଼ା ଜଣେ ପଞ୍ଜାବିଙ୍କୁ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରାଯାଇପାରେ। କାରଣ ଆଗକୁ ପଞ୍ଜାବରେ ନିର୍ବାଚନ ହେବାକୁ ଯାଉଛୁ। ତେଣୁ ପଞ୍ଜାବକୁ ନିଜ ଅକ୍ତିଆରକୁ ନେବା ପାଇଁ ଦିଲ୍ଲୀରେ ଜଣେ ପଞ୍ଜାବି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ: ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଆଜି ରାତି ସୁଦ୍ଧା ସେ ନାଁ ସ୍ପଷ୍ଟ ହୋଇଯାଇପାରେ। କାରଣ ଆଜି ସଂନ୍ଧ୍ୟାରେ ଦିଲ୍ଲୀର ବିଧାୟକ ଦଳ ବୈଠକ ରହିଛି। ଯେଉଁଥିରେ ବିଧାୟକ ଦଳର ନେତା ଚୟନ ହେବ।

ଯିଏକି ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ ହେବ। ବିଜେପିର ଶୀର୍ଷ ନେତୃତ୍ୱ ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ଓ ଓପି ଧନଖଡଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଯାହାଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ହେବ। ଏବଂ ଆଗାମୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିବ।