fbpx

WTC Final-2023 ପୂର୍ବରୁ ଭାରତ ଆଗରେ ବଡ ସମସ୍ୟା: ଭାଙ୍ଗିଯିବ ବିଶ୍ୱ ବିଜେତା ହେବାର ସ୍ୱପ୍ନ!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ-୨୦୨୩ର ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଇଂଲଣ୍ଡର ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ଏହି ଐତିହାସିକ ମ୍ୟାଚ । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳକୁ ସାମନା କରିବାକୁ ଥିବା ବେଳେ ଭାରତ ପାଇଁ ସୃଷ୍ଟି ହୋଇଛି ଏକ ନୂଆ ସମସ୍ୟା । ତେବେ ଏହି ସମସ୍ୟା ପୁଣିଥରେ ଭାରତର ବିଶ୍ୱ ବିଜେତା ହେବାର ସ୍ୱପ୍ନକୁ ଭାଙ୍ଗି ଦେଇପାରେ । ପୂର୍ବରୁ ୨୦୨୧ରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଥିଲା ଭାରତୀୟ କ୍ରିକେଟ ଦଳ ।

ଆସନ୍ତା ଜୁନ ୭ ତାରିଖରୁ ଟେଷ୍ଟରେ ବିଶ୍ୱ ବିଜେତା ଟାଇଟଲ ପାଇବା ପାଇଁ ହେବ ମହାଲଢେଇ । କିନ୍ତୁ ଫାଇନାଲ ମ୍ୟାଚ ପୂର୍ବରୁ ଭାରତ ପାଇଁ ବଢି ଯାଇଛି ସମସ୍ୟା । ଷ୍ଟାର ଖେଳାଳିଙ୍କ ଆହତଜନିତ ସମସ୍ୟା ଭାରତ ପାଇଁ ଦୁର୍ବଳତା ସାଜିଥିବା ବେଳେ ଆଉ ଏହି ମ୍ୟାଚ ପାଇଁ ରୋହିତ ସେନାକୁ ଆଉ ଏକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । ଆଇପିଏଲ ଯୋଗୁଁ ଏହି ଫାଇନାଲ ମ୍ୟାଚ ପାଇଁ ଭାରତୀୟ ଟିମ ଏକା ସାଙ୍ଗରେ ଇଂଲଣ୍ଡ ଗସ୍ତ କରି ପାରିବ ନାହିଁ । ଯାହା ଫଳରେ ଫାଇନାଲ ମ୍ୟାଚ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିପାରିବ ନାହିଁ ଟିମ ଇଣ୍ଡିଆ । କାରଣ ସମ୍ପୂର୍ଣ୍ଣ ଭାରତୀୟ ଟିମ ମେ’ ୩୦ ତାରିଖ ସୁଦ୍ଧା ହିଁ ଇଂଲଣ୍ଡରେ ପହଞ୍ଚିପାରିବ । ତେବେ ଏହାପରେ ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଯଥେଷ୍ଟ ସମୟ ମିଳିପାରିବ ନାହିଁ । ତେଣୁ ଭାରତୀୟ ଟିମର ଖେଳାଳି ଫଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ କମ୍ ରହିପାରେ ।

ଏହି ସମସ୍ୟା ରୋହିତ ସେନା ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି । ଆଇପିଏଲର ପ୍ଲେ-ଅଫ ପର୍ଯ୍ୟାୟ ପାଇଁ ଅଧିକାଂଶ ଖେଳାଳି ଏବେ ବି ଭାରତରେ ରହିଛନ୍ତି । ଅଧିନାୟକ ରୋହିତ ଶର୍ମା, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବଙ୍କ ସମେତ ମହମ୍ମଦ ଶାମୀ, ରବିନ୍ଦ୍ର ଜାଡେଜା, ଶୁଭମନ ଗିଲ ଏବଂ ଋତୁରାଜ ଗାଏକ୍ୱାଡଙ୍କ ୩୦ ତାରିଖ ସୁଦ୍ଧା ଇଂଲଣ୍ଡରେ ପହଞ୍ଚିଯିବେ । ତେବେ ଆଜିଠାରୁ ଭାରତର ଇଂଲଣ୍ଡ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

WTC ଫାଇନାଲ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ ଭରତ, ଇଶାନ କିଶାନ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ
ଷ୍ଟାଣ୍ଡବାୟ ଖେଳାଳି: ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମୁକେଶ କୁମାର

Get real time updates directly on you device, subscribe now.