fbpx

ବିବାହର କେଇଟା ଦିନ ନପୁରୁଣୁ ଏହି ଅଭିନେତ୍ରୀ ସ୍ୱାମୀଙ୍କ ନାମରେ ଆଣିଲେ ସାଙ୍ଘାତିକ ଅଭିଯୋଗ ଓ ଗିରଫ ହେଲେ ସ୍ୱାମୀ, ଜାଣନ୍ତୁ କିଏ

ଓଲିଉଡ଼ ଜଗତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ଆଉ ଜଣେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ନିଜ ବୋଲଡ଼ ଫଟୋ ଓ ଭିଡ଼ିଓ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ସ୍ୱାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ତାଙ୍କର ଏବେ ଗତ କିଛି ଦିନ ହେବ ବୟଫ୍ରେଣ୍ଡ ସାମ ବମ୍ବେଙ୍କ ସହ ବିବାହ ହୋଇଛି ।

କିନ୍ତୁ ପୁନମ ତାଙ୍କ ସ୍ୱାମୀଙ୍କ ନାମରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି । ସାମ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ମାରପିଟ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ସାମଙ୍କୁ ଗତକାଲି ଗୋଆରେ ଗିରଫ କରାଯାଇଛି । ଏନେଇ ଦକ୍ଷିଣ ଗୋଆର ଏସପି ସୂଚନା ଦେଇଛନ୍ତି । ଏହାସହ ଗତକାଲି ସେ ଗିରଫ ହୋଇଥିଲେ ମଧ୍ୟ ଆଜି ତାଙ୍କୁ ଜାମିନ ମିଳିଥିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ସାମ ବମ୍ବେ ଜଣେ ଫିଲ୍ମ ନିର୍ଦ୍ଦେଶକ ।

 

Get real time updates directly on you device, subscribe now.