fbpx

୨୪ଘଣ୍ଟାରେ କୋଟିଏ ଟଙ୍କାର ଫାଇନ

ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ଗତକାଲିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ୨୪ଘଣ୍ଟା ଭିତରେ ୧କୋଟି ୬ଲକ୍ଷ ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ସମୁଦାୟ ୩୮୭୦ ଜଣ ଖିଲାପକାରୀଙ୍କଠାରୁ ଏହି ଜୋରିମାନା ଆଦାୟ ହୋଇଛି । ୩ଜଣ ବସି ବାଇକ ଚଳାଉଥିବା ବେଳେ ୧୨୬ ଜଣ ଧରାପଡ଼ିଛନ୍ତି । ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର କରୁଥିବା ନେଇ ୪୮ଜଣଙ୍କୁ ଫାଇନ ହୋଇଛି ।

ସେହିପରି ବିପରୀତ ଦିଗରେ ଗାଡ଼ି ଚାଳନା ନେଇ ୧୦ଜଣ,  ମଦ ପିଇ ଗାଡି ଚଳାଇବାରୁ ୨୪ଜଣ,  ବିନା ହେଲମେଟରେ ଗାଡ଼ି ଚାଳନା ନେଇ ୧୮୩୧ଜଣ,  ଦ୍ରୁତ ଗତିରେ ଗାଡି ଚାଳନା କରି ୨୭୭ ଜଣ,  ସିଟବେଲ୍ଟ ନପିନ୍ଧି ଗାଡ଼ି ଚାଳନା ପାଇଁ ୩୪୯ ଜଣଙ୍କଠାରୁ ଫଶଇନ ଆଦାୟ ହୋଇଛି । ୧୭୫୮ ଜଣଙ୍କାଠାରୁ ୮୮ଲକ୍ଷ ଜୋରିମାନା ଆଦାୟ ହୋଇଥିବା ବେଳେ ୨୧୧୨ ଜଣଙ୍କଠାରୁ ୧୮ଲକ୍ଷ ଜୋରିମାନା ଆଦାୟ କରିଛି ପୋଲିସ । ମଦୁଆ ଗାଡ଼ି ଚାଳକଙ୍କ ନାଁରେ ସିଧା ମାମଲା ରୁଜୁ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Get real time updates directly on you device, subscribe now.