fbpx

ଗଛରେ ପୋଷ୍ଟର ଲଗାଇଲେ ଗଣିବେ ୫୦ ହଜାର ଟଙ୍କାର ଫାଇନ୍: ବିଏମସି ଦେଖାଇଲା ଉଦାହରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ନିର୍ମଳ ଏବଂ ସଫା ରଖିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାପରେ ମଧ୍ୟ କିଛି ଅସାମାଜିକ ଲୋକ ବିଏମସିର ଏହି ନିୟମକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖାଯାଇଛି । ଏହି ନିୟମକୁ ଭୁଲି ରାଜଦାନୀର ବିଭିନ୍ନ ସ୍ଥାନରେ ଗଛରେ ପେଷ୍ଟର ଲାଗିଛି । ଯାହାକୁ ନେଇ ଆକ୍ସନ ମୋଡକୁ ଆସିଛି ବିଏମସି । ଗଛରେ ପୋଷ୍ଟର ଲାଗିବା ଅଭିଯୋଗରେ ଫାଇନ ଆଦାୟ କରିଛି ମହାନଗର ନିଗମ । ପୋଷ୍ଟର ଯୋଗୁଁ ୫୦ ହଜାର ଟଙ୍କାର ଫାଇନ୍ ଆଦାୟ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏଠାରେ ଏକ ଗଛରେ ପୋଷ୍ଟର ଲାଗିଥିବାର ଦେଖି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ । ଇଭୋଲଭ୍ ମଲ୍ଟି ଡିଜାଇନ୍ ଷ୍ଟୋର ନାଁରେ ଏହି ମାମଲା ରୁଜୁ କରାଯାଇଥିଲା । ବିନା ଅନୁମତିରେ ପୋଷ୍ଟର ଲଗା ଯାଇଥିବାରୁ ୫୦ ହଜାର ଟଙ୍କାର ଫାଇନ୍ ଆଦାୟ କରିଛି ବିଏମସି । ତେବେ ଏହି ଘଟଣା ପରେ ବିଏମସି ସମସ୍ତଙ୍କୁ ଏ ନେଇ ସଚେତନ କରାଇଛି । ବିନା ଅନୁମତିରେ କୌଣସି ଗଛରେ ପୋଷ୍ଟର ଲଗାଇବା ପାଇଁ ବିଏମସି ବାରଣ କରିଛି । ନଚେତ୍ ବଡ଼ ଆକାରର ଫାଇନ୍ ଆଦାୟ କରାଯାଇପାରେ ବୋଲି ଚେତାବନୀ ଦେଇଛି ଭୁବନେଶ୍ୱର ମହାନଗର ନିଗମ ।

 

Get real time updates directly on you device, subscribe now.