fbpx

ଖୁସି ଅବସରରେ ଲାଗିଲା ନିଆଁ : ୧୦୦ଜଣ ଜୀବନ୍ତ ଦଗ୍ଧ, ୧୫୦ଜଣ ଆହତ

ନୂଆଦିଲ୍ଲୀ : ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ । ଏହି ଉତ୍ସବରେ ଲୋକ ମୌଜମସ୍ତି କରି ସେହି ଦିନକୁ ଅତିବାହିତ କରିଥାନ୍ତି । କିନ୍ତୁ ଗତକାଲିର ଏହି ଖୁସିର ସମୟରେ କାହାରି ନଜର ଲାଗିଯାଇଛି । ଇରାକର ଏକ ବିବାହ ମଣ୍ଡପରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ସେଠାରେ ବିବାହ ଚାଲିଥିବା ବେଳେ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ୧୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ଜଣ ଲୋକ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତିରେ ଇରାକର ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ବର ଓ କନ୍ୟା ସହ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୧୫୦ ଜଣ ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କର ଉଦ୍ଧାର କାର୍ଯ୍ୟ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ପକ୍ଷରୁ ଜାରି ରହିଛି । ବାଣ ପୁଟୁଥିବାରୁ ବିବାହ ମଣ୍ଡପରେ ନିଆଁ ଲାଗିଥିବାର ଆଶଙ୍କା କରାଯାଉଛି । ଏନେଇ ରାଷ୍ଟ୍ରାୟ ଗଣମାଧ୍ୟମ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଆଜି ସକାଳ ସମୟରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.