fbpx

Buildingରେ ଝୁଲୁଛି ବିଶାଳକାୟ ‘ଡ୍ରାଗନ୍’: ରୂପ-ରଙ୍ଗ ଦେଖି ଭୟରେ ସହରବାସୀ, କେଉଁଠୁ ଆସିଲା ଏ ଜୀବ?

Advertisement

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନ ଅନେକ ଜୀବ ଲୋପ ପାଇ ସାରିଲେଣି । ଡାଇନୋସର ଏବଂ ଗୟଳ ଭଳି ଅନେକ ଜୀବ ବର୍ତ୍ତମାନ ପୃଥିବୀରେ ବିଲୁପ୍ତ ହୋଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ନ୍ୟୁୟର୍କରେ ଏକ ବିଶାଳକାୟ ପ୍ରାଣୀକୁ ଦେଖାଯାଇଛି । ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଆମେରିକା ନ୍ୟୁୟର୍କ ସହରର ଏମ୍ପାୟାର ଷ୍ଟେଟ ବିଲ୍ଡିଙ୍ଗ ଉପରେ ଏକ ବିଶାଳକାୟ ‘ଡ୍ରାଗନ୍’କୁ ଦେଖି ଭୟରେ ରହିଛନ୍ତି ସ୍ଥାନୀୟ ଲୋକେ । ଏହାର ରଙ୍ଗ ଏବଂ ରୂପକୁ ଦେଖି ଲାକେ ଚମକି ପଡ଼ିଛନ୍ତି । ଅନେକ ଲୋକ ଏହି ଜୀବକୁ ନେଇ ଅନେକ ପ୍ରକାରର ପ୍ରଶ୍ନ କରିଛନ୍ତି ।

ଆମେରିକାର ନ୍ୟୁୟର୍କ ସହରରେ ଥିବା ଏମ୍ପାୟାର ଷ୍ଟେଟ ବିଲ୍ଡିଙ୍ଗ ଉପରେ ସବୁଜ ରଙ୍ଗର ଏକ ଭୟଙ୍କର ଡ୍ରାଗନ୍ ଦେଖିବାକୁ ମିଳିଛି । ଏହାର କିଛି ଫଟୋ ସୋସିଆଳ ମିଡିଆରେ ଅପଲୋଡ ହେବା ପରେ ଏହାକୁ ଦେଖି ଲୋକେ ଆଚମ୍ବିତ ହୋଇପଡ଼ିଛନ୍ତି । ଅନେକ ଲୋକ ପ୍ରଶ୍ନ କରିଛନ୍ତି, ଏ ଜୀବ ଆସିଲା କେଉଁଠୁ? ଫଟୋରେ ଡ୍ରାଗନ୍ ର ଭୟଙ୍କର ରୂପ ସମସ୍ତଙ୍କୁ ଡରାଇ ଦେଇଛି । ପାଟି ଖୋଲି ଏକ ଭୟଙ୍କର ରୂପ ଧାରଣ କରିଛି ଏହି ଡ୍ରାଗନ୍ । ଏହି ଫଟୋ ଦେଖିଲେ ମନେ ହେଉଛି, ଡ୍ରାଗନ୍ ସାରା ପୃଥିବୀ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ରହିଛି ।

ତେବେ ଫଟୋରେ ଦେଖା ଯାଉଥିବା ଏହି ଡ୍ରାଗନ୍ ପ୍ରକୃତରେ ଜୀବନ୍ତ ନୁହେଁ, ଏହା ବେଲୁନରେ ପ୍ରସ୍ତୁତ କରାଯାଇଥିବା ଏକ ଡ୍ରାଗନର ରୂପ । ରିପୋର୍ଟ ଅନୁସାରେ, ଏଚବିଓ ‘ଗେମ୍ ଅଫ୍ ଥ୍ରୋନ୍ସ’କୁ ପ୍ରିକ୍ୱଲ ‘ହାଉସ୍ ଅଫ୍ ଦ ଡ୍ରାଗନ୍’ର ପ୍ରମୋସନ୍ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିରେ କୁହାଯାଇଛି ଯେ, ଏହି ଡ୍ରାଗନ୍ ସିରିଜରେ ୨୭୦ ଫୁଟର ଡ୍ରାଗନ କ୍ୱିନର ରେପ୍ଲିକା ଏବଂ ଏହାକୁ ମିଡଟାଉନ୍ ମେନହଟ୍ଟନର ୧୦୨ ମହଲା ଉଚ୍ଚ ବଙ୍ଗଳା ଟପ୍ ରେ ସେଟ୍ କରାଯାଇଛି । ଏହି ପ୍ରମୋସନ୍ ଜରିଆରେ ପ୍ରଡ୍ୟୁସର ଲୋକଙ୍କୁ ଇମର୍ସିଭ ଏକ୍ସପେରିଏନ୍ସ ଦେବାକୁ ଚେଷ୍ଟା କରିଛନ୍ତି ।

ଡ୍ରାଗନକୁ ଏମ୍ପାୟାର ଷ୍ଟେଟ ବିଲ୍ଡିଙ୍ଗରେ ୧୦-୨୦ ଜୁନ୍(୧୦ ଦିନ) ପର୍ଯ୍ୟନ୍ତ ରଖାଯାଇଥିଲା । କିନ୍ତୁ ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଅନେକ ୟୁଜର ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ କରିଛନ୍ତି । କିଛି ଲୋକ ‘ଏହା କେଉଁ ଜୀବ? ବୋଲି ପ୍ରଶ୍ନ କରିଥିବା ବେଳେ କିଛି ଲୋକ ପଚାରିଛନ୍ତି, ଏହା କେଉଁଠୁ ଆସିଲା? କିଛି ଉପଭୋକ୍ତା କହିଛନ୍ତି- ଗଡଜିଲ୍ଲା ଏବଂ କିଙ୍ଗ କଙ୍ଗ ପରି ଅନ୍ୟ ଚଳଚ୍ଚିତ୍ରଗୁଡ଼ିକର ମଧ୍ୟ ସମାନ ପ୍ରମୋସନ ହୋଇଥିଲେ ଭଲ ହୋଇଥାନ୍ତି ।

Get real time updates directly on you device, subscribe now.