ସଂଘବଦ୍ଧ ଆକ୍ରମଣ କଲେ, ହାଣି ହାଣି ବ୍ୟକ୍ତିଙ୍କୁ ମାରିଦେଲେ

ପୁଣି ଏକ ନିର୍ମମ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା। କିଛି ଲୋକ ମିଶି ଜଣେ ବ୍ୟକ୍ତିଙ୍କୁ ହାଣି ହାଣି ମାରିଦେଲେ।

ପୋଲସରା: ପୁଣି ଏକ ନିର୍ମମ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି, ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିଲା। ଆଉ ସଂଘବଦ୍ଧ ଆକ୍ରମଣ ବେଳେ ବ୍ୟକ୍ତିଙ୍କୁ ହାଣି ଦେଇଥିଲେ। ପରେ ପୀଡିତା ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ କିଛି ଲାଭ ମିଳିଲାନାହିଁ। ବରଂ ଚିକିତ୍ସାଧିନ ଅବସ୍ଥାରେ ବ୍ୟକ୍ତିଙ୍କର ଜୀବନ ଚାଲିଗଲା। ତେବେ ଘଟଣାଟି ପୋଲସରା ପୁରୁଷୋତ୍ତମପୁର ଥାନା ଶମା ଗାଁ ନିକଟରେ ଘଟିଛି। କିଛି ଜଣ ଲୋକ ମିଶି ଜଣେ ବ୍ୟକ୍ତିଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

କହିବାକୁ ଗଲେ ସଂଘବଦ୍ଧ ଭାବରେ ବ୍ୟକ୍ତିଙ୍କୁ ଧାରୁଆ ଅତ୍ସରେ ହାଣି ପକାଇଥିଲେ। ଯେଉଁଥିରେ ବ୍ୟକ୍ତି ଜଣଙ୍କ ଗୁରୁତର ହୋଇ ପଡିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି। ହେଲେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।