fbpx
BSKY
BJD MC SKY
BJD YOUTH SKY

୧୭ ଜିଲ୍ଲାପାଳଙ୍କ ସହ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ ଅଦଳବଦଳ କଲେ ରାଜ୍ୟ ସରକାର । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆରଡିସି । ତେମଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ । ଏହାସହ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବଦଳି । ରଞ୍ଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆରଡିସି । ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶ।।ସକ ।

ଏହା ସହିତ ଆହୁରି ବହୁ ପରିବର୍ତ୍ତନ କରାଯାଇଛି । ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ । କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ । ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ । ଜେ.ସୋନାଲ ହେଲେ ବୌଦ୍ଧ ଜିଲ୍ଲାପାଳ । ଅକ୍ଷୟ ସୁନୀଲ ହେଲେ ସମ୍ବଲପୁର ଜିଲ୍ଲାପାଳ । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହେଲେ ମୟୂରଭଞ୍ଜ ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଦିଆଯାଇଛି । ବିଜୟ କୁମାର ଦାସ ପୁରୀ ଜିଲ୍ଲାପାଳ ଓ ଚଞ୍ଚଳ ରାଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ଦାୟିତ୍ୱ ଦିଆଯାଇଛି । ସେହିପରି ସ୍ୱଧା ଦେବ ସିଂ ହୋଇଛନ୍ତି ନୟାଗଡ ଜିଲ୍ଲାପାଳ ।

Get real time updates directly on you device, subscribe now.