fbpx

Video; ଭଗବାନଙ୍କୁ ଗାଳି ଦେଲେ ବ୍ୟକ୍ତି, ସହି ପାରିଲେନି ଭକ୍ତ, ବାହୁଙ୍ଗୀରେ ଛେଚିଲେ କାଉଡ଼ିଆ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ଅନେକ ଲୋକ କାଉଡ଼ିଆମାନଙ୍କ ରହଣି ପାଇଁ ବ୍ୟବସ୍ଥା କରିଛନ୍ତି । ହୋଟେଲ, ଢାବା, ରେଷ୍ଟୁରାଣ୍ଟ ଓ ଦୋକାନରେ ମଧ୍ୟ କାନଓ୍ଵାଡ଼ିଆଙ୍କ ଖାଇବା ଓ ରହିବାର ବ୍ୟବସ୍ଥା କରାଯାଇଛି । ସ୍ୱଇଛାରେ ଅନେକ ଲୋକ କାଉଡ଼ିଆଙ୍କ ସେବା କରିଥାନ୍ତି । ପ୍ରତିବର୍ଷ ଶ୍ରାବଣ ମାସରେ ଏପରି ହୋଇଥାଏ, ଏବଂ ପ୍ରତିବର୍ଷ ସେମାନଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସେ । ଅନେକ ଭିଡିଓ ଭାଇରାଲ ହୁଏ । ଚଳିତ ବର୍ଷ ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି ।

ଯେଉଁଥିରେ ଜଣେ ବ୍ୟକ୍ତି କୌଣସି କାରଣକୁ ନେଇ ଭଗବାନ ଶିବ ଶଙ୍କରଙ୍କୁ ଅସଭ୍ୟ ଭାଷାରେ ଗଳି କରୁଛି । ସେଠାରେ ଉପସ୍ଥିତ କାଉଡ଼ିଆ ଭକ୍ତ ମାନେ ଏଥିରେ ରାଗିଯାଉଛନ୍ତି । ଏବଂ ସମସ୍ତେ ମିଶି ଗାଳି କରୁଥିବା ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି । ଅଇନ ଦୃଷ୍ଟିରୁ ଯଦିଓ ଏହା ଦଣ୍ଡନୀୟ ଅପରାଧ, ତଥାପି ସେମାନେ ଏପରି କରିଛନ୍ତି । କିଛି ଲୋକଙ୍କ କହିବା ଅନୁସାରେ ଯେତେବେଳେ ଆମ ଭୋଲା ବାବାଙ୍କୁ ଏପରି କେହି କହିବ ଆମେ ସହିବୁ କିପରି । ସେଥିପାଇଁ ଏପରି କରିଛନ୍ତି । ତେବେ ଏହି ଭିଡିଓଟି କେଉଁଠିକାର ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

Get real time updates directly on you device, subscribe now.