fbpx

ମାଟ୍ରିକ ଖୁସି ଗୋଟିଏ ଦିନରେ ମିଳେଇଗଲା: କାଲି ୮୬%ରେ ପାସ୍, ଆଜି ଚାଲିଗଲା ଜୀବନ

ଭଦ୍ରକ: ଭଦ୍ରକ ଚରମ୍ପା ପଞ୍ଚାୟତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଶ୍ରୀରାମପୁର ଗାଁରେ ଜଣେ ମାଟ୍ରିକ ଛାତ୍ର ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ଗତକାଲି ମାଟ୍ରିକରେ ୮୬% ମାର୍କ ରଖି ପାସ କରିଥିବା ଜଣେ ଛାତ୍ର ଆଜି ପ୍ରାଣ ହରାଇଛନ୍ତି । ମାଟ୍ରିକ ପାସ କରିବାର ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା ପୂର୍ବରୁ ଆଖି ବୁଜି ଦେଇଛନ୍ତି ଏହି ଛାତ୍ରଜଣକ । ଗତକାଲି ପ୍ରକାଶ ପାଇଥିବା ମାଟ୍ରିକ ରେଜଲ୍ଟରେ ୫୧୯ ନମ୍ବର ରଖି ପାସ୍ କରିଥିଲେ ଏହି ବାଳକ । କିନ୍ତୁ ଏହି ଖୁସିକୁ ବେଶୀ ସମୟ ଉପଭୋଗ କରିପାରିନାହାନ୍ତି ସେ ଏବଂ ତାଙ୍କ ପରିବାର । ମାଟ୍ରିକ ରେଜଲ୍ଟ ବାହାରିବାର ମାତ୍ର ଗୋଟାଏ ଦିନ ପରେ ସେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେ ପୋଖରୀରେ ବୁଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.