fbpx
BSKY
BJD MC SKY
BJD YOUTH SKY

୪ଟି ଭ୍ୟାନ ଉପରେ ମାଡ଼ିଗଲା ମିନି ଟ୍ରକ

ରେଢାଖୋଲ: ପ୍ରତିଦିନ ଦେଶରେ ଏବଂ ରାଜ୍ୟରେ ଦୁର୍ଘଟଣା ଦେଖିବାକୁ ମିଳୁଛି । ଟ୍ରାଫିକ ନିୟମ କଡାକଡି ହେବା ପରେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନି । ଏମିତି ଏକ ସଡ଼କ ଦୁର୍ଘଟଣା ସମ୍ବଲପୁରରେ ଦେଖିବାକୁ ମିଳିଛି । ୪ଟି ଭ୍ୟାନ ଉପରେ ମାଡ଼ିଗଲା ମିନି ଟ୍ରକ କଥା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ରେଢାଖୋଲ ଭୀମଭୋଇ ଛକରେ ୪ଟି ଭ୍ୟାନ ଥୁଆ ହୋଇଥିଲା । ବିଳମ୍ବିତ ରାତିରେ ଗାଡ଼ିକୁ ପାର୍କ କରି ଶୋଇଥିଲେ ୪ଜଣ ଡ୍ରାଇଭର । ସେହି ସମୟରେ ଏକ ମାଡ଼ିକାଲ ଔଷଧ ବୋଝେଇ ମିନି ଟ୍ରକ ସବୁ ଭ୍ୟାନ ଉପରେ ଗାଡି ଚଢାଇ ଦେଇଛି । ଫଳରେ ୪ଟି ଭ୍ୟାନ ଭାଙ୍ଗି ରୁଜି ଚୁର୍ମାର ହୋଇଯାଇଛି ।

ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଆଖି ଲାଗିଯାଇଥିଲା । ସେଥିପାଇଁ ସେ ଆୟତ୍ତହିନ ହୋଇ ଗାଡ଼ି ମଡ଼ାଇ ଦେଇଥିଲା । ହେଲେ ସୌଭାଗ୍ୟ ବସତଃ କାହାରି କିଛି କ୍ଷତି ହୋଇନି । ଏହାପରେ ପୁଲିସ ଦୁର୍ଘଟଣା ଜାଗାରେ ପହଁଚି ମିନି ଟ୍ରକ ଡ୍ରାଇଭରକୁ ଗିରଫ କରିଛି । ଭଙ୍ଗା ଗାଡ଼ିର କ୍ଷତି ପୂରଣ ଲାଗି ଭ୍ୟାନ ମାଲିକ ଦାବି ଜଣାଇଛନ୍ତି ।

Get real time updates directly on you device, subscribe now.