fbpx

BREAKING NEWS: ପୁରୀ ସମୁଦ୍ରରେ ଭାସିଗଲେ ନାବାଳକ, ମିଳୁନି ଅତ୍ତା ପତ୍ତା

ଓଡିଶା ଭାସ୍କର; ପୁଣି ପୁରୀ ସମୁଦ୍ରରେ ଆଉ ଏକ ଅଘଟଣ ଦେଖିବାକୁ ମିଳିଛି। ରବିବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ବିହାରର ନାବାଳକ ଭାସି ଯାଇଛନ୍ତି। ପରିବାର ସହ ପୁରୀ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉଥିବା ବେଳେ ଏଭଳି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ସମୁଦ୍ରରେ ଭାସି ଯାଇଥିବା ନାବାଳକ ନାମ ଆର୍ଯ୍ୟନ ରାଜ। ସେ ତାଙ୍କ ମା-ବାପାଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ଚକ୍ରତୀର୍ଥଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଏକ ଲହଡ଼ିରେ ଭାସି ଯାଇଥିଲେ। ଏହା ପରେ ଲାଇଫ୍‌ଗାର୍ଡମାନେ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ଏଠାରେ କହି ରଖୁଯେ, ପୁରୀ ସମୁଦ୍ରରେ ଭାସିଯିବା ଭଳି ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିଜର ଅସାବଧାନତା ଯୋଗୁଁ ବାରମ୍ବାର ପର୍ଯ୍ୟଟକ ମାନେ ଜୀବନ ହରାଉଛନ୍ତି। ଯାହା ଏକ ଚିନ୍ତାର ବିଷୟ। ଏଣୁ ପ୍ରଶାସନ ଓ ସରକାର ଏଥିପ୍ରତି ଧ୍ୟାନ ଦେବା ସହ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କଲେ ଏଭଳି ଦୁର୍ଘଟଣା ବର୍ତ୍ତି ପାରନ୍ତା। ଏହା ସହ ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ଏଥିଲାଗି ସଚେତନ କରାଇବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

Get real time updates directly on you device, subscribe now.