fbpx

ଚୀନରେ ବ୍ୟାପୁଛି ନୂଆ Virus: ଭାରତ ପାଇଁ କେତେ ବିପଦ ଏହି ଭୂତାଣୁ? Alert ଜାରି

ନୂଆଦିଲ୍ଲୀ: ପଡ଼ୋଶୀ ଚୀନରେ ବର୍ତ୍ତମାନ ପୁଣି ଏକ ଭୟଙ୍କର ବ୍ୟାପିବାରେ ଲାଗିଛି । ଚୀନର ଉହାନ ସହରରୁ କରୋନା ଭଳି ମହାମାରୀ ସାରା ବିଶ୍ୱକପକୁ ହନ୍ତସନ୍ତ କରିବା ପରେ ଏବେ ପୁଣି ଏକ ଭୂତାଣୁ ଆତଙ୍କ ଖେଳାଇଛି । ହସ୍ପିଟାଲରେ ବର୍ତ୍ତମାନ ରୋଗୀଙ୍କ ସଂଖ୍ୟା ଏବେ ବହୁମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଶ୍ୱାସଜନିତ ସମସ୍ୟା ବ୍ୟତୀତ ଅନ୍ୟାନ୍ୟ ଲକ୍ଷଣରେ ପୀଡ଼ିତ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବିଶେଷ କରି ଏହି ଭୂତାଣୁ ପିଲାମାନଙ୍କ ପାଇଁ ଅଧିକ ବିପଦଜନକ ବୋଲି ଦେଖିବାକୁ ମିଳିଛି । ତେବେ ଏହାକୁ ନଜରରେ ରଖି ବେଳ ଥାଉଁ ସାବଧାନ ହୋଇଛନ୍ତି ଭାରତ ସରକାର ।

ରିପୋର୍ଟ ଅନୁସାରେ, ଚୀନରେ ପୁଣି ଏକ ଭାଇରସ ଆତଙ୍କ ଆରମ୍ଭ କରିଛି । ଶ୍ୱାସ ସମ୍ବନ୍ଧୀୟ ଏହି ନିମୋନିଆରେ ବହୁ ସଂଖ୍ୟାରେ ପ୍ରଭାବିତ ହେଉଛନ୍ତି ଏଠାକାର ପିଲାମାନେ । ତେବେ କରୋନା ଏବଂ ଅନ୍ୟ ଭାଇରସ ଭଳି ଚୀନ ,ହାକୁ ମଧ୍ୟ ଲୁଚାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ମାମଲା ଖୁବ ଆଗକୁ ବଢି ଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଚୀନକୁ ପଚରାଉଚରା କରୁଥିବା ବେଳେ ଭାରତ ସରକାର ଏହାକୁ ନେଇ ଆଲର୍ଟ ଜାରି କରିଛନ୍ତି । ଏହି ଭାଇରସ ମଧ୍ୟ ଭାରତ ପାଇଁ ବିପଦ ହୋଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ଚୀନରେ ପିଲାମାନଙ୍କ ଦେହରେ ବ୍ୟପୁଥିବା ନିମୋନିଆ କେସ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହାସହିତ କୌଣସି ପରିସ୍ଥିତିର ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ମଧ୍ୟ ଏହି ବୟାନରେ କୁହାଯାଇଛି ।

ଭାରତ ପାଇଁ କେତେ ବିପଦ?

ମିଳିଥିବା ରିପୋର୍ଟ ଅନୁସାରେ, ବର୍ତ୍ତମାନର ପରିସ୍ଥିତିରେ ଭାରତ ପାଇଁ ଏହାର ପ୍ରଭାବ କମ୍ ରହିପାରେ ବୋଲି ଆକଳନ ଜଣାଯାଇଛି । କିନ୍ତୁ ଚୀନରେ ଏହା ଯେଉଁ ଗତିରେ ବୃଦ୍ଧି ପାଉଛି, ଏହା ଆଗାମୀ ଦିନରେ ଭାରତ ସମେତ ଅନ୍ୟ ଦେଶ ପାଇଁ ମଧ୍ୟ ବିପଦ ହୋଇପାରେ । କାରଣ କରୋନା ଭଳି ଏହି ଭାଇରସ ବ୍ୟାପିଯାଏ, ତେବେ ଏହାର ପ୍ରଭାବ କଳ୍ପନା କରିବା ମଧ୍ୟ ଅସମ୍ଭବ । ତେଣୁ ବେଳ ଥାଉଁ ଏଥିପ୍ରତି ସତର୍କ ହୋଇଛି ସାରା ବିଶ୍ୱ ।

Get real time updates directly on you device, subscribe now.