fbpx

ହୋଟେଲରେ ୬୦୩ ଦିନ ରହି ୫୮ ଲକ୍ଷର ବିଲ୍, ଟଙ୍କା ନଦେଇ ଲୁଚି ପଳାଇଲେ ବ୍ୟକ୍ତି

ନୁଆଦିଲ୍ଲୀ : ରାଜଧାନୀର ଏକ ଫାଇଭ ଷ୍ଟାର ହୋଟେଲରୁ ଠକେଇର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପ୍ରାୟ ୨ବର୍ଷ ପର୍ଯ୍ୟନ୍ତ ହୋଟେଲରେ ଅଟକି ଥିଲା, କିନ୍ତୁ ହୋଟେଲର ବିଲ୍ ନଦେଇ ସେଠାରୁ ସେ ଲୁଚି ପାଳାଇଥିଲା । ପରବର୍ତ୍ତୀ ସମୟରେ ହୋଟେଲର ମ୍ୟାନେଜର ପୋଲିସ ପାଖରେ ଫେରାର ହୋଇଥିବା ବ୍ୟକ୍ତି ଓ ହୋଟେଲର କିଛି କର୍ମଚାରୀ ଉପରେ ଅଭିଯୋଗ ଆଣିଥିଲା ।

ସୂଚନା ଅନୁଯାୟୀ, ଅଙ୍କୁଶ ଦତ୍ତା ନାମକ ଜଣେ ବ୍ୟକ୍ତି ମେ ୩୦ ୨୦୨୧ରୁ ଦିଲ୍ଲୀର ଏରୋସିଟି ଅଞ୍ଚଳର ରୋଜେଟ ହୋଟେଲରେ ଅଟକି ଥିଲା । ସେ ପ୍ରଥମେ ଗୋଟିଏ ଦିନ ପାଇଁ ରୁମ ବୁକ୍ କରିଥିଲେ । ପରବର୍ତ୍ତୀ ସମୟରେ ସେ ବୁକିଂ ବଢାଇବାକୁ ଲାଗିଲା । ଯେତେବେଳେ ଫେବୃୟାରୀ ୨୨ ୨୦୨୩ରେ ତାଙ୍କୁ ହୋଟେଲର ବିଲ୍ ଦିଆଗଲା । ସେତେବେଳେ ବ୍ୟକ୍ତି ଜଣକ କାହାକୁ ନଜଣାଇ ହୋଟେଲରୁ ଲୁଚି ପଳାଇଥିଲା । ସେ ହୋଟେଲରେ ସଂପୂର୍ଣ୍ଣ ୬୦୩ ଦିନ ଅଟକି ଥିଲେ, ଯାହାର ବିଲ୍ ୫୮ଲକ୍ଷ ଟଙ୍କା ହୋଇଥିଲା ।

ହୋଟେଲ ମ୍ୟାନେଜର ବିନୋଦର କହିବା ଅନୁସାରେ, ହୋଟେଲର ଫ୍ରଣ୍ଟ ଅଫିସର ପୁରା କାମ ଦେଖିବା ସହ ଟଙ୍କା ପେମେଣ୍ଟର କାମ ମଧ୍ୟ ଦେଖୁଥିଲା ପ୍ରେମ ପ୍ରକାଶ । ମ୍ୟାନେଜରଙ୍କ ସନ୍ଦେହ ଯେ ପ୍ରେମ ପ୍ରକାଶ ହିଁ ଅଙ୍କୁଶ ସହିତ ମିଶି ଗଡ଼ବଡ଼ କରିଛନ୍ତି । ଏହା ସହିତ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି । ମ୍ୟାନେଜର ବିନୋଦଙ୍କ ସନ୍ଦେହ ଯେ ଅଙ୍କୁଶ ଠାରୁ ମୋଟା ରକମର କିଛି ଟଙ୍କା ନେଇ କମ୍ପ୍ୟୁଟରରୁ ପ୍ରେମ ସବୁ ଡାଟା ଡିଲିଟ୍ କରିଦେଇଛି ଏବଂ ଅନ୍ୟ କର୍ମଚାରୀ ମାନେ ଅଭିଯୁକ୍ତକୁ ସେଠାରୁ ଫେରାର ହେବାରେ ସାହାଯ୍ୟ କରିଛନ୍ତି ।

ବର୍ତ୍ତମାନ ବିନୋଦ ଅଭିଯୁକ୍ତ ପ୍ରେମ ପ୍ରକାଶ, ଅଙ୍କୁଶ ଦତ୍ତା ଏବଂ ହୋଟେଲର ଅନ୍ୟ କର୍ମଚାରୀ ଉପରେ ଧୋକାର ମାମଲା ରୁଜୁ କରାଇଛନ୍ତି । ଏହାପରେ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.