fbpx

ଅଜାଗାରେ କାମୁଡିଦେଲା ସାପ: ଘର ବାରଣ୍ଡାରେ ଶୋଇଥିବା ବେଳେ ବାଳକ ସହ ଘଟିଗଲା ଏମିତି କାଣ୍ଡ

Advertisement

ବିହାର: ଘର ବାହାରେ ଶୋଇବା ଏକ ବଡ ବିପଦ ହୋଇପାରେ । ଯାହାକୁ ନେଇ ଏକ ଅଜବ ଏବଂ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶୋଇଥିବା ବେଳେ ଗୋଟିଏ ପିଲାର ଅଜାଗାକୁ କାମୁଡି ଦେଇଛି ସାପ । ଫଳରେ ବାଳକଟିର ମୃତ୍ୟୁ ଘଟିଛି । ଏହି କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଏକଦମ ସତ ଘଟଣା । ପିଲାଟିର ପ୍ରେଇଭେଟ ପାର୍ଟକୁ କାମୁଡିଦେବାରୁ ସାପ ବିଷ ସମ୍ପୂର୍ଣ୍ଣ ଶରୀରରେ ଖେଳି ଯାଇଥିଲା । ତେଣୁ ମେଡିକାଲ ନେଇ ଯିବା ବାଟରେ ହିଁ ପ୍ରାଣ ହରାଇଛି ଅଂଶୁମାନ ।

ମିଳିଥିବା ସୂଚନା ଅନୁଯାୟୀ, ବିହାର କୋଇଲୱ ଥାନା ଅନ୍ତର୍ଗତ ଶ୍ରୀପାଲପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । ୧୫ ବର୍ଷର ବାଳକ ଅଂଶୁମାନ ହାଫ ପ୍ୟାଣ୍ଟ ପିନ୍ଧି ଘର ଅଗଣାରେ ଶୋଇଥିଲା । ଏହି ସମୟରେ ଏକ ବିଷାକ୍ତ ନାଗ ସେଠାକୁ ଆସି ତାକୁ କାମୁଡି ଦେଇଛି । ତେବେ ଏହି ସାପ ଅଂଶୁର ପ୍ରାଇଭେଟ ପାର୍ଟକୁ କାମୁଡି ଦେଇଥିବା ଜାଣିବାକୁ ମିଳିଛି । ସାପ କାମୁଡିବା ପରେ ଯନ୍ତ୍ରଣାରେ ପାଟି କରି ଉଠିଥିଲା ଅଂଶୁ । ପିଲାଟିର କାନ୍ଦ ଶୁଣି ପରିବାରର ସମସ୍ତ ସଦସ୍ୟ ଉଠି ଆସିଥିଲେ ଏବଂ ଅଂଶୁର ଅବସ୍ଥା ଦେଖି ତାକୁ ମେଡିକାଲକୁ ନେଇଥିଲେ । କିନ୍ତୁ ମେଡିକାଲକୁ ଚିକିତ୍ସା ପାଇଁ ନେବା ବାଟରେ ଅଂଶୁ ପ୍ରାଣ ହରାଇଛି । ତେବେ କୁହାଯାଉଛି ଯେ, ଅଂଶୁକୁ ମେଡିକାଲ ନେବାରେ ବିଳମ୍ବ କରି ଦେଇଥିଲେ ତାଙ୍କ ପରିବାର ଲୋକେ । ଏହା ମଧ୍ୟ ରେ ଅଂଶକୁ କାମୁଡିଥିବା ନାଗ ସାପକୁ ପିଟି ପିଟି ମାରି ଦେଇଥିଲେ ପରିବାର ସଦସ୍ୟ ।

ସାପ କାମୁଡିବା ପରେ ପରିବାର ଲୋକେ ଅଂଶୁକୁ ପ୍ରଥମେ ଜଣେ ଲୋକ ପାଖକୁ ନେଇଥିଲେ । କିନ୍ତୁ କୌଣସି ଉନ୍ନତି ନ ହେବାରୁ ଅଂଶୁକୁ ଧରି ଆରା ସଦର ଡାକ୍ତରଖାନାକୁ ନେଇଥିଲେ ପରିବାର । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ପାଟନା ପଠାଯାଇଥିଲା । କିନ୍ତୁ ପାଟନା ମେଡିକାଲକୁ ଯିବା ବାଟରେ ଅଂଶୁମାନ ପ୍ରାଣ ହରାଇଛି । ତେବେ ୧୫ ବର୍ଷରୁ ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.