fbpx

ବ୍ରହ୍ମପୁରରେ ଜନ୍ମ ନେଲା ବିଚିତ୍ର ଓ ବିରଳ ଶିଶୁକନ୍ୟା

ବ୍ରହ୍ମପୁର,୨୨ ।୪(ଓଡିଶା ଭାସ୍କର): ବ୍ରହ୍ମପୁର ବଡ ମେଡିକାଲରେ ଏକ ବିଚିତ୍ର ଓ ବିରଳ ଶିଶୁ କନ୍ୟା ଜନ୍ମ ହୋଇଛି । ଗତକାଲି ବିଳମ୍ବିତ ରାତି ୨ଟା ୪୦ ମିନିଟରେ ଶିଶୁ କନ୍ୟାଟି ଜନ୍ମ ନେଇଥିବା ବେଳେ ଶିଶୁଟିର ମୁହଁ ଅଦ୍ଭୁତ ଦିଶୁଥିବା ଦେଖିବାକୁ ମିଳିଛି । ମେଡିକାଲ ଶବ୍ଦରେ ଶିଶୁଟି ହାର୍ଲିକୁଇନ୍ ଇକଥେଷିସର ଶିକାର ହୋଇଥିବା କୁହାଯାଉଛି । ପ୍ରାୟ ୫ରୁ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଏଭଳି ଶିଶୁ ଜନ୍ମ ହୋଇଥାଏ ।

ତେବେ ଏଭଳି ଶିଶୁର ଜନ୍ମ ପରେ ବଞ୍ଚିବା କ୍ଷୀଣ ବୋଲି ଡାକ୍ତର କୁହନ୍ତି । ବ୍ରହ୍ମପୁର ବଡ ମେଡିକାଲରେ ଜନ୍ମ ନେଇଥବା ଏହି ଶିଶୁର ଏବେ ଚିକିତ୍ସା ଚାଲିଛି ।

ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା କଣୀ ଗାଁର ଉମାକାନ୍ତ ପରିଡ଼ାଙ୍କ ପତ୍ନୀ ଅମ୍ବିକା ଏକ ଅଦ୍ଭୁତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ l ଶିଶୁଟିର ପିଠି ପଟକୁ ଗୋଟେ ହାତ ରହିଥିବା ଦେଖିବାକୁ ମିଳିଥିଲା। ଶିଶୁଟିର ୨ଟି ମୁଣ୍ଡ, ୩ଟି ହାତ, ୨ଟି ଗୋଡ଼, ୪ଟି ଆଖି ରହିଥିବା ବେଳେ ଚିକିତ୍ସା ପାଇଁ ଶିଶୁଟିକୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା।

Get real time updates directly on you device, subscribe now.