fbpx

ଅଜବ ଗାଁ, ଯେଉଁଠି ପ୍ଲାଷ୍ଟିକ ଦେଲେ ବଦଳରେ ମିଳୁଛି ସୁନା: ଜାଣନ୍ତୁ ଅଦ୍ଭୁତ ପ୍ରକାର ଯୋଜନା

ସୁନା ଏକ ମୂଲ୍ୟବାନ୍ ଜିନିଷ, ଯାହାର ଦାମ୍ ଅନ୍ୟ ସାଧାରଣ ଜିନିଷ ତୁଳନାରେ ଖୁବ ଅଧିକ । ତେଣୁ ଗରିବ ଏବଂ ଖଟିଖିଆ ଲୋକମାନଙ୍କ ପାଇଁ ସୁନା-ଗହଣା ପିନ୍ଧିବା ସ୍ୱପ୍ନ ହୋଇଯାଏ । କିନ୍ତୁ ଏମିତି ଏକ ଗାଁ ରହିଛି, ଯେଉଁଠାରେ ସୁନା ସାମାନ୍ୟ ପ୍ଲାଷ୍ଟିକ ମୂଲ୍ୟ ସହ ସମାନ ହୋଇଯାଇଛି । ଲୋକ ବର୍ତ୍ତମାନ ନିକଟ ଭବିଷ୍ୟତରେ ପ୍ଲାଷ୍ଟିକ ମୁକ୍ତ ଦେଶର ଆଶା କରୁଥିବା ବେଳେ ଏହି ଗାଁରେ ପ୍ଲାଷ୍ଟିକ ନେବା ପାଇଁ ସୁନା-ଗହଣା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଏଥିପାଇଁ ସେଠାରେ ଏକ ଯୋଜନା ମଧ୍ୟ କରାଯାଇଛି ।

ସୂଚନା ଅନୁସାରେ, ସାଦିୱାରା ନାମକ ଏହି ଗାଁଟି ଦକ୍ଷିଣ-କାଶ୍ମୀର ଗାଁର ଅନନ୍ତନାଗ ଜିଲ୍ଲାରେ ଅବସ୍ଥିତ । ଏଠାକାର ସରପଞ୍ଚ ଫାରୁକ ଅହମ୍ମଦ ଗନଇ ଗାଁକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଦମଦାର ଯୋଜନା ଆରମ୍ଭ କରିଛନ୍ତି । ପ୍ରକୃତରେ ଫାରୁକ ପେଶରେ ଜଣେ ଓକିଲ ଏଥିପାଇଁ ଅନେକ ପ୍ରୟାସ କରି ସାରିଛନ୍ତି, କିନ୍ତୁ ସବୁଥିରେ ସେ ବିଫଳ ହୋଇଛନ୍ତି । ଏହାପରେ ସେ ଏକ ନୂଆ ଯୋଜନା ଆରମ୍ଭ କଲେ, ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଏହି ନୂଆ ଯୋଜନାର ଘୋଷଣା ହେବା ମାତ୍ରେ ସାରା ଗାଁର ସବୁ ଅଳିଆ ଶେଷ ହୋଇଯିବା ପରିସ୍ଥିତିରେ ପହଞ୍ଚିଯାଇଛି । ପ୍ଲାଷ୍ଟିକ ମୁକ୍ତ ଗାଁ କରିବା ପାଇଁ ସରପଞ୍ଚଙ୍କ ନୂଆ ଯୋଜନା ହେଉଛି ‘ପ୍ଲାଷ୍ଟିକ ଦିଅନ୍ତୁ ସୁନା ନିଅନ୍ତୁ’ ।

ଏହି ଯୋଜନାରେ ସରପଞ୍ଚ ବାବୁ ପ୍ଲାଷ୍ଟିକ ନେଇ ଏହା ବଦଳରେ ସୁନା ଦେଉଥିବା ଜାଣିବାକୁ ମିଳିଛି । କୌଣସି ବ୍ୟକ୍ତି ୨୦ କ୍ୱିଣ୍ଟାଲ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦେଲେ ପଞ୍ଚାୟତ ତରଫରୁ ତାଙ୍କୁ ଏକ ସୁନାର କଏନ ପ୍ରଦାନ କରିବ ବୋଲି ଘୋଷଣା କରାଯାଇଛି । ତେବେ ସରପଞ୍ଚଙ୍କର ଏହି ଅଭିଯାନ ଆରମ୍ଭ ହେବାର ମାତ୍ର ୧୫ ଦିନ ପରେ ଗାଁରୁ ଅଳିଆ ଆବର୍ଜନା ଶେଷ ହୋଇଗଲା ଏବଂ ଗାଁକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରି ଦିଆଯାଇଛି । ତେବେ ଏହାପରେ ଆଖପାଖ କିଛି ଗାଁରେ ମଧ୍ୟ ଏହି ଯୋଜନାକୁ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.