fbpx

ରଙ୍ଗ ବଦଳାଇଲା ପୂର୍ଣ୍ଣିମା ଚାନ୍ଦ: ଅଲୌକିକ ରୂପରେ ମେଘ ଆକାଶରେ ଦେଖାଗଲା ସୁପର ମୁନ୍

ବଦଳିଯାଇଛି ପୂର୍ଣ୍ଣମୀ ଚାନ୍ଦର ରଙ୍ଗ । ଧଳା ବଦଳରେ ଜହ୍ନର ରଙ୍ଗ ଲାଲ ହୋଇଯାଇଛି । ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ଚନ୍ଦ୍ରର ଏହି ପରିବର୍ତ୍ତିତ ରଙ୍ଗ ସାରା ଦୁନିଆବାସୀଙ୍କୁ ଆଶ୍ୁର୍ଯ୍ୟ କରି ଦେଇଛି । ଗତକାଲି ବିଳମ୍ବିତ ରାତିରେଏଭଳି ଏକ ଅଦ୍ଭୁତ ଏବଂ ଅଲୌକିକ ଦୃଶ୍ୟ ଦେକିବାକୁ ମିଳିଛି । ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଅନେକ ଲୋକ ନିଦ ଭୁଲି ଆକାଶକୁ ଚାହିଁ ରହିଥିଲେ । ତେବେ ମେଘାଚ୍ଛହ୍ନ ଆକାଶ ଟିକିଏ ନିର୍ମଳ ହେବା କ୍ଷଣି ଲାଲ୍ ରଙ୍ଗର ଜହ୍ନ ଦେଖିଛନ୍ତି ଦେଶବାସୀ । ଅଗଷ୍ଟ ମାସର ପ୍ରଥମ ଦିନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ମାସ ଶେଷ ଯୋଡ଼ା ଶ୍ରାବଣର ଦ୍ୱିତୀୟ ପୂର୍ଣ୍ଣିମାରେ ଆଉ ଏକ ଅପୂର୍ବ ଦୃଶ୍ୟ ଦେଖାଇବ ପ୍ରକୃତି ।

ଯୋଡ଼ା ଶ୍ରାବଣ ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ୁଥିବା ବେଳେ ସାରା ପୃଥିବୀ ଏକ ଅଲୌକିକ ଦୃଶ୍ୟ ଦେଖିଛି । ପ୍ରଥମ ଥର ପାଇଁ ଏକ ଅଲୌକିକ ଘଟଣା ପରି ଲାଲ୍ ଜହ୍ନ ଦେଖାଯାଇଛି । ଗତକାଲିର ମେଘୁଆ ଆକାଶରେ ଏହି ଜହ୍ନକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯୋଡା ଶ୍ରାବଣର ମଧ୍ୟାହ୍ନ ରାତିରେ ଆକାଶରେ ଦେଖାଯାଇଥିଲା ଏହି ସୁପର ମୁନ୍ । ତେବେ ଚଳିତବର୍ଷ ୨୦୨୩ ଅଗଷ୍ଟ ମାସରେ ଦୁଇଟି ଘଟଣା ଘଟିବାକୁ ଯାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ସୁପରମୁନ୍ ଏବଂ ଅନ୍ୟଟି ହେଉଛି ବ୍ଲୁ ମୁନ୍ ଅର୍ଥାତ୍ ଦ୍ୱିତୀୟ ସୁପରମୁନ୍ । ଗତକାଲି ରାତିରେ ପ୍ରଥମ ସୁପରମୁନ୍ ଦେଖାଯାଇଥିବା ବେଳେ ଦ୍ୱିତୀୟ ସୁପରମୁନକୁ ଅପେକ୍ଷା ରହିଛି । ଗୋଟିଏ ସୁପରମୁନ୍ ଦେଖିବାର ଅର୍ଥ ହେଉଛି ଚନ୍ଦ୍ର ଅନ୍ୟ ଦିନମାନଙ୍କ ଭଳି ସାଧାରଣ ଦିନ ଅପେକ୍ଷା ବଡ଼ ଦେଖାଯାଏ । ଏହି ସୁପରମୁନ୍ ଦେଖିବା ପରେ ଏହା ପୃଥିବୀର ନିକଟତର ହେଉଥିବା ଭଳି ଲାଗିଛି । ତେବେ ପ୍ରଥମ ସୁପରମୁନ୍ ଅଗଷ୍ଟ ୧ ରାତିରେ ଦେଖାଯିବା ପରେ ନୀଳ ଚନ୍ଦ୍ର ଅଗଷ୍ଟ ୩୦ ରାତିରେ ଦେଖାଯିବ ।

ଦ୍ୱିତୀୟ ସୁପରମୁନ୍ ଅଗଷ୍ଟରେ ମଧ୍ୟ ଦେଖାଯିବ, ଯାହାକୁ ବ୍ଲୁ ମୁନ୍ ମଧ୍ୟ କୁହାଯାଏ । ଏହା ୩୦ ଅଗଷ୍ଟ ରାତିରେ ଦୃଶ୍ୟମାନ ହେବ । ଚନ୍ଦ୍ରକୁ ବ୍ଲୁ ମୁନ୍ ସେତେବେଳେ କୁହାଯାଏ ଯେତେବେଳେ ଗୋଟିଏ ମାସରେ ୨ ଟି ସୁପରମୁନ୍ ଦେଖାଯିଏ । ଶେଷ ଥର ପାଇଁ ୨୦୧୮ ମସିହାରେ ଅଗଷ୍ଟ ମାସରେ ୨ ଟି ସୁପରମୁନ୍ ଏକାଠି ଦେଖାଯାଇଥିଲା ଏବଂ ପରବର୍ତ୍ତୀ ଥର ଏହା ୨୦୨୭ ବର୍ଷରେ ଦେଖାଯାଇପାରେ । ଏହି ସୁପରମୁନ୍ ଦୁନିଆର ଅନେକ ସ୍ଥାନରୁ ଦେଖିବାକୁ ମିଳିବ । ଭାରତରୁ ଆଜି ରାତି ୧୨:୦୨ ମିନିଟରେ ଏହା ଦେଖିବାକୁ ମିଳିବ । ଏହି ସମୟରେ ସୁପରମୁନ୍ ଏହାର ଶିଖରରେ ରହିବ । ସୁପରମୁନ୍ ଦେଖିବା ପାଇଁ ପାଗ ସ୍ପଷ୍ଟ ହେବା ଆବଶ୍ୟକ । ଯଦି ପାଗ ଠିକ୍ ଅଛି, ତେବେ ଏହାକୁ ବାଇନୋକୁଲାର କିମ୍ବା ଟେଲିସ୍କୋପ ସାହାଯ୍ୟରେ ଭଲ ଦେଖାଯିବ ।

ସୁପରମୁନ୍ ସମୟରେ ଚନ୍ଦ୍ର ଆକାରରେ ୧୪% ବଡ଼ ଏବଂ ସାଧାରଣ ଦିନ ଅପେକ୍ଷା ୩୦% ଉଜ୍ଜ୍ୱଳ ହୋଇଥାଏ । ଦିଗବଳୟରେ ଏହି ଚନ୍ଦ୍ରକୁ ଦେଖିବା ପରେ ଏହା ପୃଥିବୀର ନିକଟତର ହେବାକୁ ଲାଗୁଛି । ଚନ୍ଦ୍ର ପୃଥିବୀଠାରୁ ୩,୫୭,୫୩୦ କିଲୋମିଟର ଦୂରରେ ଥିବାରୁ ଏହା ଏପରି ଦେଖାଯାଏ । ସାଧାରଣତଃ ଏହାର ଦୂରତମ ସ୍ଥାନ ୪,୦୫,୦୦୦ କିଲୋମିଟର ଏବଂ ନିକଟତମ ବିନ୍ଦୁର ଦୂରତା ୩,୬୩,୧୦୪ କିଲୋମିଟର ଅଟେ ।

Get real time updates directly on you device, subscribe now.