fbpx

ପଞ୍ଜାବରେ ଭୁଶୁଡିଲା ୩ ମହଲା କୋଠା

Advertisement

ମୋହାଲି,୮ ।୨: ପଞ୍ଜାବର ମୋହାଲିଠାରେ ଭୁଶୁଡିପଡିଲା ୩ ମହଲା ବିଶିଷ୍ଟ କୋଠା । ଫାଉଣ୍ଡେସନ ଖୋଳିବା ସମୟରେ ଭୁଶୁଡି ପଡିଥିଲା ବିଲ୍ଡିଂ । ଦୁର୍ଘଟଣାରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୭ ଜଣ ଭଗ୍ନାବଶେଷ ତଳେ ଫସିରହିଥିବା ଆଶଙ୍କା ରହିଛି । ଘଟଣାସ୍ଥଳରେ ୧୦ ରୁ ୧୨ ଜେସିବି ଭଗ୍ନାବଶେଷକୁ ହଟାଉଛି । ଅନ୍ୟପଟେ ୧୨ ଆମ୍ବୁଲାନ୍ସକୁ ଜରୁରୀକାଳୀନ ସ୍ଥିତିରେ ରଖାଯାଇଛି । ଅଗ୍ନିଶମ ଓ ଏନଡିଆରଏଫ ଟିମ୍ ଦ୍ୱାରା ତଲାସୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.