fbpx

ରାଜଧାନୀର ବିଚ୍ ରାସ୍ତାରେ ଓଲଟି ପଡିଲା ପରିବା ବୋଝେଇ ଗାଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ନିକଟସ୍ଥ ପଳାଶୁଣି ଓଭରବିଜ୍ର ନିକଟରେ ଏକ ମାଲବୋଝେଇ ପରିବା ଟ୍ରକ ଓଲଟି ପଡିଛି । ଯାହାଫଳରେ ଗାଡିରେ ବୋଝେଇ ହୋଇଥିବା କାଙ୍କଡ ଗୁଡିକୁ ଏଣେତେଣେ ହୋଇ ପଡିଥିଲା । ଏହାକୁ ଦେଖି ଲୋକମାନଙ୍କର ନାହିଁ ନଥିବାର ଭିଡ ଜମିଛି । ଲୋକମାନେ ଗାଡି ରଖି ଆଖି ପିଛୁଳାକେ ବ୍ୟାଗରେ ଭର୍ତ୍ତି କରି ନେଇ ଯାଉଥିବାର ଦେଖିବାକୁ ମିଳିଛି ।

ଘଟଣାସ୍ଥଳରେ ନା ଥିଲା ସାମାଜିକ ଦୂରତା ନା କେହି ମାନୁଥିଲେ କୋଭିଡ୍ ନିୟମ୍ । ଲୋକମାନଙ୍କ ଏପରି ପରିବା ବୋହିବା ଦେଖି ପୋଲିସ୍ ମଧ୍ୟ ସେଠାରେ ଅଣଦେଖା କରିଥିଲା । ଲୋକମାନେ ପରିବା ଗୋଟାଉଥିବା ବେଳେ ସେଠାରେ ପୋଲିସ୍ ଚୁପ୍ ଚାପ ଠିଆ ହୋଇ ରହିଛି । ଏହା ସହ ଲୋକମାନଙ୍କୁ ପରିବା ଗୋଟାଇବାର ଦୃଶ୍ୟ ମୋବାଇରେ କଏଦ କରୁଛି ।

Get real time updates directly on you device, subscribe now.