fbpx
BSKY SKY
BSKY SKY

ତାଣ୍ଡବ ରଚିଛି ଘୂର୍ଣ୍ଣିବଳୟ ; ଭାଙ୍ଗିଲା ଘର-ଦ୍ୱାର, ୨୫ ରୁ ଅଧିକ ଲୋକଙ୍କ ମୃତ୍ୟୁ

BSKY

ନୂଆଦିଲ୍ଲୀ : ଆମେରିକାରରେ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମିସିସିପି ଏବଂ ଆଲାବାମାରେ ତାଣ୍ଡବ ରଚିଥିବାବେଳେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ମିସିସିପିରୁ ଆସିଥିବା ଚିତ୍ରଗୁଡ଼ିକରେ ବିନାଶର ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ପର‌୍ୟ୍ୟନ୍ତ ଘୂର୍ଣ୍ଣିବଳୟ ଯୋଗୁଁ ୨୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମିସିସିପି ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅନୁଯାୟୀ ଘୂର୍ଣ୍ଣିବଳୟର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟରରୁ ଅଧିକ ଥିଲା। ଏଥିରେ ଶହ ଶହ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

tornado hit Mississippi

ଭୟଙ୍କର ଘୂର୍ଣ୍ଣିବଳୟରେ ବଡ କଣ୍ଟେନରଗୁଡିକ ଏଠାରୁ ସେଠାକୁ ଠେଲି ହୋଇଯାଉଥିବାର ଦେଖିବାକୁ ମିଳିଛି । ଘୂର୍ଣ୍ଣିବଳୟ ପରେ ଟ୍ରକଗୁଡିକ ଘରର କୋଠା ଉପରେ ପଡିଥିବା ଦେଖିବାକୁ ମିଳିଛି । ବାତ୍ୟା ଯୋଗୁଁ ଶହ ଶହ ଘର ନଷ୍ଟ ହୋଇଯାଇଛି। ଏହି ସମୟରେ ଗଛଗୁଡିକ ମଧ୍ୟ ମୂଳରୁ ଉପୁଡିଯାଇଛି । ଅନେକ କ୍ଷେତ୍ରରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା। ମିସିସିପିରେ କୋଠାଗୁଡ଼ିକ ନଷ୍ଟ ହୋଇଯାଇଥିଲା । ସବୁ ସ୍ଥାନରେ କେବଳ ତାଣ୍ଡବର ପରବର୍ତ୍ତୀ ଦୃଶ୍ୟ ଦେଖିବାକୁ ମିଳିଛି । ଶହ ଶହ ଲୋକ ଆହତ ହୋଇଥିବା ଖବର ମିଳିଛି । ଯେଉଁମାନଙ୍କର ଘର ନଷ୍ଟ ହୋଇଯାଇଛି ସେମାନଙ୍କୁ ଟାଉନ୍ ସେଣ୍ଟରରେ ରଖାଯାଇଛି । ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି।

Get real time updates directly on you device, subscribe now.