fbpx

ସେ ରକ୍ତର ନୁହନ୍ତି, ତଥାପି କରୋନାଗ୍ରସ୍ତ ୭୫ ବର୍ଷୀୟ ବୃଦ୍ଧଙ୍କୁ ନିଜ କାନ୍ଧରେ ବୋହି ନେଉଛନ୍ତି ହସ୍ପିଟାଲ୍, ନିଜ ଜୀବନକୁ ବାଜିରେ ଲଗାଇଥିବା ଏହି ମହିଳା ଜଣକ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ: ଜଣେ ଝିଅ ଯେତେବେଳେ ବିବାହ କରି ବର ଘରକୁ ଯାଏ, ସେତେବେଳେ ସେ ସେଇ ଘରର ନୂଆ ସଦସ୍ୟ ପାଲଟିଯାଏ । ଶାଶୂ ଓ ବୋହୂଙ୍କୁ ନେଇ ଅନେକ କାହାଣୀ ଆପଣମାନେ ପୂର୍ବରୁ ଶୁଣିଥିବେ । ମାତ୍ର ବୋହୂ ଓ ଶ୍ୱଶୂରଙ୍କ ନିବିଡ଼ତା ବିଷୟରେ ହୁଏତ ଆପଣମାନେ କେବେ ଶୁଣି ନଥିବେ । ଜଣେ ବୋହୂ ନିଜର କରୋନା ଆକ୍ରାନ୍ତ ଶ୍ୱଶୂରଙ୍କୁ ନିଜ ପିଠିରେ ବୋହି ସେବା ଶୁଶ୍ରୁଷା କରିଛନ୍ତି । ଏହି ସେବା କରିବା ପରେ ବୋହୂ ଜଣକ ନିଜେ କରୋନାରେ ସଂକ୍ରମିତ ହୋଇଯାଇଛନ୍ତି । ଆସାମର ରାହା ଭାଟିଗାଁରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଏହି ପ୍ରେରଣାଦାୟିନୀ ଘଟଣା ପରେ ଉକ୍ତ ବୋହୂଙ୍କ ପାଖକୁ ପ୍ରଶଂସାର ଛୁଅ ଛୁଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ୭୫ ବର୍ଷୀୟ ଥୁଲେଶ୍ୱର ଦାସଙ୍କ ପୁଅ ସହରରେ ରହି ଚାକିରି କରନ୍ତି । ତେଣୁ ପୁଅ ଘରେ ରହୁ ନଥିବାରୁ ବୋହୂ ନିହାରିକା ନିଜ ଶ୍ୱଶୂରଙ୍କ ଦେଖାଶୁଣା କରନ୍ତି । କିଛିଦିନ ପୂର୍ବରୁ ଥୁଲେଶ୍ୱର କରୋନାରେ ସଂକ୍ରମିତ ହେବା ପରେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ନିମନ୍ତେ ପରାମର୍ଶ ଦେଇଥିଲେ । ଘର ଠାରୁ ହସ୍ପିଟାଲ କିଛି ଦୂରରେ ରହିଥିବାରୁ ନିହାରିକା କିଛି ଲୋକଙ୍କୁ ସାହାଯ୍ୟ ନିମନ୍ତେ ଖୋଜିଥିଲେ । ମାତ୍ର କେହି ନ ମିଳିବାରୁ ବାଧ୍ୟହୋଇ ସେ ଶ୍ୱଶୂରଙ୍କୁ ନିଜ କାନ୍ଧରେ ଉଠାଇ ହସ୍ପିଟାଲକୁ ନେଇଯାଇଥିଲେ । ଏହି ଘଟଣା ପରେ ନିଜେ ନିହାରିକା ମଧ୍ୟ କରୋନାରେ ସଂକ୍ରମିତ ହୋଇଯାଇଥିବା ଜଣାପଡ଼ିଛି । କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ପିତୃସମ ଶ୍ୱଶୂରଙ୍କର ସେବା କରିଥିବା ନିହାରିକାଙ୍କୁ ଶତ ଶତ ସଲାମ୍ ।

Get real time updates directly on you device, subscribe now.