fbpx

ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ, ଘଟଣାରେ ରେଳ କର୍ମଚାରୀ ସାମିଲ

AAKASH

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଏକ ଗଣଦୁଷ୍କର୍ମର ଖବର ଅସିଛି। ନୂଆଦିଲ୍ଲୀ ରେଳ ଷ୍ଟେସନର ପାଦଚଲା ଓଭର ବ୍ରିଜ୍ ତଳେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହିତ ପରିଚିତ ବୋଲି ଜଣାପଡିଛି। ରେଳବାଇ ଡିଏସପି ହରେନ୍ଦ୍ର ସିଂହ କହିଛନ୍ତି ଯେ, ୩୦ ବର୍ଷିୟ ପିଡିତାଙ୍କ ସହିତ ଗୁରୁବାର ରାତିରେ ପ୍ଲାଟଫର୍ମ ୮-୯ରେ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ କର୍ମଚାରୀ ଏହି କାଣ୍ଡ ଭିଆଇଛନ୍ତି। ସମସ୍ତେ ରେଳବାଇ ଇଲେକ୍ଟ୍ରିକାଲ ବିଭାଗର କର୍ମଚାରୀ ଅଟନ୍ତି।

ଏହି ଘଟଣା ୨୨ ଜୁଲାଇ ରାତି ୧୨.୩୦ ରେ ଘଟିଥିବା କୁହାଯାଉଛି। ଫୋନ୍ କରି ମହିଳା ଜଣକ ତାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ପୋଲିସକୁ ସୂଚନା ଦେଇଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ତୁରନ୍ତ, ଏନଡିଆରଏସ ଷ୍ଟାଫ୍ କର୍ମଚାରୀଙ୍କ ସହିତ ପ୍ଲାଟଫର୍ମ ନମ୍ବର ୮-୯ ରେ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରିଥିଲା। ପୀଡିତା ଜଣକ ଗତ ଏକ ବର୍ଷ ଧରି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି ଏବଂ ଛାଡପତ୍ର ପାଇଁ କୋର୍ଟରେ ମାମଲା ଚାଲିଛି।

ପୀଡିତା ଜଣାଇଛନ୍ତି ଯେ ପ୍ରାୟ ୨ ବର୍ଷ ପୂର୍ବେ ସେ ଜଣେ ବନ୍ଧୁଙ୍କ ମାଧ୍ୟମରେ ଜଣେ ଯୁବକଙ୍କ ସହିତ ଯୋଗାଯୋଗରେ ଆସିଥିଲେ। ଯୁବକ ଜଣକ କହିଥିଲେ ସେ ଜଣେ ରେଳ କର୍ମଚାରୀ ଏବଂ ତାଙ୍କ ପାଇଁ ଚାକିରିର ବ୍ୟବସ୍ଥା କରାଇଦେବେ। ଏହା ପରେ ଦୁହେଁ ଫୋନରେ କଥା ହେବା ଆରମ୍ଭ କରିଥିଲେ। ଜୁଲାଇ ୨୧ ର ରାତିରେ ଅଭିଯୁକ୍ତ ଯୁବକ ଜଣକ ପୀଡିତାଙ୍କୁ ଡାକିଥିଲା। ଅଭିଯୁକ୍ତ କହିଛନ୍ତି ଯେ ଏହା ତାଙ୍କ ପୁଅର ଜନ୍ମଦିନ, ସେ ମଧ୍ୟ ଏକ ନୂତନ ଘର କିଣିଛନ୍ତି, ଏଥିପାଇଁ ତାଙ୍କୁ ଏକ ପାର୍ଟୀ ଦେବାକୁ କହିଥିଲେ।

ପୀଡିତା ରାତି ପ୍ରାୟ ୧୦.୩୦ ସମୟରେ ମେଟ୍ରୋ ମାଧ୍ୟମରେ କିର୍ତ୍ତୀ ନାଗରକୁ ଆସିଥିଲେ। ଯେଉଁଠାରୁ ଅଭିଯୁକ୍ତ ପୀଡିତାଙ୍କୁ ୮-୯ ପ୍ଲାଟଫର୍ମକୁ ନେଇଥିଲା। କିଛି ସମୟ ପରେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ସାଙ୍ଗ ମହିଳାଙ୍କୁ ଏକ ଛୋଟ କୋଠରୀ ଭିତରକୁ ନେଇ ଭିତରୁ ତାଲା ପକାଇ ଦେଇଥିଲେ। ଏହା ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ତାଙ୍କର ଦୁଇ ସାଥୀ କୋଠରୀ ବାହାରେ ଜଗି ରହିଥିଲେ। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ରେଳ କର୍ମଚାରୀ ଅଟନ୍ତି ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.