fbpx

ଖଟିଆରୁ ଖସି ପଡ଼ିଲେ ୧୬୦ କେ.ଜି ଓଜନର ମହିଳା: ଫାୟାର ବ୍ରିଗେଡ ଡାକି ଉଠାଇଲେ ପରିବାର ଲୋକେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ୧୬୦ କେ.ଜି ଓଜନର ଜଣେ ମହିଳାଙ୍କୁ ଉଠାଇବା ପରିବାର ଲୋକଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଛି । ଯାହା ଫଳରେ ତାଙ୍କୁ ଉଠାଇବା ପାଇଁ ଡାକିବାକୁ ପଡ଼ିଛଇ ଦମକଳ ବାହିନୀ । ଏମିତି ଅଜବ ପ୍ରକାରର ଘଟଣା ହୁଏତ ପୂର୍ବରୁ କେବେ ଶୁଣିବାକୁ ମିଳି ନଥିବ । କିନ୍ତୁ ଏହା ଏକଦମ୍ ସତ । ମହିଳାଙ୍କ ଓଜନ ଏତେ ଅଧିକ ଥିଲା ଯେ, ତାଙ୍କୁ ଉଠାଇବା ସମ୍ଭବ ହୋଇପାରି ନଥିଲା । ତେଣୁ ଫାୟାର ବ୍ରିଗେଡକୁ ଘରକୁ ଡାକିଥିଲେ ପରିବାର ଲୋକେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଠାଣେ ଅଞ୍ଚଳରେ । ଏଠାକାର ନଗର ନିଗମ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜଣେ ମହିଳା ଅସୁସ୍ଥ ଥିବା ବେଳେ ହଠାତ୍ ନିଜ ବିଛଣାରୁ ଖସି ପଡ଼ିଥିଲେ । ଉଠିବା ପାଇଁ ଅନେକ ଚେଷ୍ଟା ପରେ ମଧ୍ୟ ସେ ନିଜେ ଉଠି ପାରିନଥିଲେ । କାରଣ ତାଙ୍କର ଓଜନ ଥିଲା ୧୬୦ କେ.ଜି । ଏମିତି କି ପରିବାର ଲୋକେ ମଧ୍ୟ ଶତଚେଷ୍ଟା ପରେ ବି ତାଙ୍କୁ ଉଠାଇବାରେ ଫେଲ ମାରିଥିଲେ । ଶରୀରର ଅତ୍ୟଧିକ ଓଜନ ଯୋଗୁଁ ପରିବାର ଲୋକେ ମହିଳାଙ୍କୁ ଉଠାଇ ପୁଣିଥରେ ବିଛଣାରେ ରଖିବାରେ ଅସମର୍ଥ ହୋଇ ପଡ଼ିଥିଲେ । ତେବେ ଏହାପରେ ସେମାନେ ଏକ ବୁଦ୍ଧି କରି ଫାୟାର ବ୍ରିଗେଡ ବା ଦମକଳ ବାହିନୀକୁ ଡକାଇଛନ୍ତି ।

ମହିଳା ଜଣକଙ୍କୁ ଓଜନ ଯୋଗୁଁ ଚଲାବୁଲା କରିବାରେ ସମସ୍ୟା ରହିଛି । ବାଘବିଲ ଅଞ୍ଚଳରେ ନିଜ ଫ୍ଲାଟରେ ସକାଳୁ ଉଠିବା ପାଇଁ ଚେଷ୍ଟା କରୁଥିବା ବେଳେ ଏପରି ଏକ ଘଟଣା ଘଟିଯାଇଛି । ଏ ନେଇ ଠାଣେ ନଗରନିଗମ÷ ଅଧିକାରୀ କହିଛନ୍ତି, ମହିଳାଙ୍କ ପରିବାର ଲୋକେ ତାଙ୍କୁ ପୁଣିଥରେ ଉଠାଇ ବିଛଣାରେ ରଖିବା ପାଇଁ ଅସମର୍ଥ ହୋଇଥିଲେ । ର୍ତଣୁ ଏଥିପାଇଁ ସେ ଫାୟାର ବ୍ରିଗେଡକୁ ଡକାଇଛନ୍ତି ।

ତେବେ ଆରଡିଏମସିର ଏକ ଟିମ୍ ଫ୍ଲାଟରେ ପହଞ୍ଚି ମହିଳାଙ୍କୁ ଉଠାଇ ବିଛଣାରେ ଶୁଆଇ ଦେଇଛନ୍ତି । କିନ୍ତୁ ଖଟରୁ ପଡ଼ିବା ପରେ ମହିଳାଙ୍କୁ କୌଣସି ପ୍ରକାର ଆଘାତ ଲାଗି ନଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.