fbpx

ରାଜଧାନୀରେ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ, କେଉଁଠୁ ଆସିଲା ଏତେ ଟଙ୍କା?

ଭୁବନେଶ୍ୱର, ୨୦ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ସମେତ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ତପୋବନ ପେଟ୍ରୋଲ ପମ୍ପ ପାଖରୁ ଧରିଛି ଖଣ୍ଡଗିରି ଥାନା ପୋଲିସ । ଅଖା ବ୍ୟାଗରେ ଟଙ୍କା ରଖି ଯୁବକ ଜଣକ ବସକୁ ଅପେକ୍ଷା କରିଥିଲେ । ପୋଲିସ ଆଜି ସକାଳୁ ଏହି ଟଙ୍କା ଜବତ କରିଥିବା ବେଳେ ଏହି ଘଟଣାରେ ମହାବୀର ପ୍ରସାଦ ଦାସ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ତେବେ ମହାବୀର ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ଆସିଥିଲେ । କିନ୍ତୁ ୩୦ ଲକ୍ଷ ଟଙ୍କାର କାଗଜପତ୍ର ଦେଖାଇପାରୁ ନାହାନ୍ତି । ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ବୋଲି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ନିଜ ତରଫରୁ ଆଉ ଜଣେ ଯୁବକ ଖଣ୍ଡଗିରି ଥାନାରେ ପହଞ୍ଚି ସମସ୍ତ ଟଙ୍କା ତାଙ୍କର ବୋଲି କହିଛନ୍ତି । ସେ କହିଛନ୍ତି ଯେ, ‘ ଏହି ସମସ୍ତ ଟଙ୍କା ମୋର ଓ ଜଣେ ପିଲାଙ୍କୁ କଲେକ୍ସନ ପାଇଁ ପଠାଇଥିଲି । ଲକଡାଉନ ପାଇଁ ଟଙ୍କା ବାକି ପଡିଥିଲା, ଯାହାକି ଏବେ କଲେକ୍ସନ ହୋଇଛି । ମୋର ପାନ ମସଲା ବ୍ୟବସାୟ ରହିଛି, ନିୟମିତ ଟଙ୍କା ଆସେ । ଆବଶ୍ୟକୀୟ ପ୍ରମାଣ ଦେଇ ଏହି ସମସ୍ତ ଟଙ୍କା ନେବି ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

Get real time updates directly on you device, subscribe now.