fbpx
BSKY
BJD MC SKY
BJD YOUTH SKY

ବାହାନଗା ଟ୍ରେନ ଟ୍ରାଜେଡି: ଶବ ପକେଟରୁ ମିଳିଲା ଅଧାର କାର୍ଡ, ପଶ୍ଚିମବଙ୍ଗରୁ ଏମ୍ସକୁ ଫେରୁଛି ବିହାରର ମୃତଦେହ

ଭୁବନେଶ୍ୱର: ବାହାନଗା କରମଣ୍ଡଳ ଦୁର୍ଘଟରାକୁ ୮ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଅନେକ ଲୋକଙ୍କ ଶବ ଏବେ ବି ଅଜଣା ଅଚିହ୍ନା ହୋଇ ଏମ୍ସ ମେଡିକାଲରେ ରଖା ଯାଇଛି । ତେବେ ଏହା ମଧ୍ୟରେ ଆଉ ଏକ ଘଟଣା ସାମନାକୁ ଆସିଛି । ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ବିହାରର ଜଣେ ବ୍ୟକ୍ତିଙ୍କ ମୃତଦେହ ଏପଟ-ସେପଟ ହୋଇଥିବା ଜାଣିବାକୁ ମିଳିଛି । ଏହି ଯାତ୍ରୀଙ୍କ ମୃତଦେହ ବିହାର ଯିବା ବଦଳରେ ଭୁଲବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା । କିନ୍ତୁ ଏବେ ପୁଣି ଏହା ଏମ୍ସକୁ ଫେରି ଆସିଛି ।

ସୂଚନେ ଅନୁସାରେ, କରମଣ୍ଡଳ ଦୁର୍ଘଟରାରେ ମୃତ୍ୟୁବରଣ କରିଥିବା ବିହାରର ଜଣେ ବ୍ୟକ୍ତିଙ୍କ ମୃତଦେହ ଭୁଲରେ ପଶ୍ଚିମବଙ୍ଗକୁ ଚାଲିଯାଇଥିଲା । କିନ୍ତୁ ସେଠାରେ ମୃତକଙ୍କ ପକେଟରୁ ଏକ ଆଧାର କାର୍ଡ ମିଳିଥିଲା । ଏହି ଆଧାର କାର୍ଡରୁ ମୃତକଙ୍କ ଘର ବିହାରରେ ବୋଲି ଜଣାଯାଇଥିଲା । ତେଣୁ ପୁଣି ଥରେ ଏହା ଭୁବନେଶ୍ୱର ଏମ୍ସକୁ ପ୍ରତ୍ୟାବର୍ତ୍ତନ କରିଛି । ସେପଟେ ପରିବାର ଲୋକେ ମୃତଦେହ ନେବା ପାଇଁ ଅପେକ୍ଷା କରି ରହିଛନ୍ତି । ୫ ଦିନରୁ ସମ୍ପର୍କୀୟଙ୍କ ଶବ ନେଇ ଫେରିବା ପାଇଁ ଚାହିଁ ରହିଥିବା ବେଳେ ଏହା ପଶ୍ଚିମବଙ୍ଗକୁ ଚାଲି ଯାଇଥିବା ସେମାନେ ଜାଣିବାକୁ ପାଇଥିଲେ । ତେବେ ଶବ ଚିହ୍ନଟ ପାଇଁ ଡିଏନଏ ସାମ୍ପଲ ମଧ୍ୟ ଦେଇଛନ୍ତି । ଯେଉଁଥିରୁ ମୃତକ ତାଙ୍କର ସମ୍ପର୍କୀୟ ବୋଲି ସ୍ପଷ୍ଟ ହୋଇଛି ।

କିନ୍ତୁ ଡିଏନଏ ରିପୋର୍ଟ ଆସିବା ପୂର୍ବରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ମେଡିକାଲରୁ କିପରି ପଠାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମୃତକଙ୍କୁ କେହି ଚିହ୍ନଟ କରିବା ପୂର୍ବରୁ ଏହା ପଶ୍ଚିମବଙ୍ଗକୁ କିପରି ଯାଇଥିଲା ବୋଲି ଏବେ ପ୍ରଶ୍ନ ଉଠିଛି । ତେବେ ବର୍ତ୍ତମାନ ଏହା ପୁଣିଥରେ ଏମ୍ସ ମେଡିକାଲକୁ ଫେରୁଥିବା ବେଳେ ଖୁବଶୀଘ୍ର ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

Get real time updates directly on you device, subscribe now.