fbpx

‘ଆଜ୍ ରାତ ଅଚ୍ଛି ନିନ୍ଦ ଆୟେଗି’, ବିଶ୍ୱକପ ଜିତିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ତ୍ରୀଙ୍କ ରିଆକ୍ସନ

Advertisement

ଓଡିଶା ଭାସ୍କର: ଭାରତୀୟ ଦଳ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଜିତି ସାରିଛି । ସାଉଥ ଆଫ୍ରିକାକୁ ୭ ରନରେ ହରାଇ ଭାରତ ଟ୍ରଫି ଉପରେ କବ୍ଚା କରିଛି । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହି ବିଶ୍ୱ ବିଜେତା ହୋଇଛି ଟିମ୍ ଇଣ୍ଡିଆ । ଏହା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ ଅଟେ । ଏହା ପୂର୍ବରୁ ଭାରତ ୨୦୦୭ ମସିହାରେ ଶେଷଥର ପାଇଁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ଧର୍ମପତ୍ନୀ ଦେବିଶା ସେଟ୍ଟୀ ମଧ୍ୟ ଏହି ଫାଇନାଲ ଫାଇଟ ଦେଖିବା ପାଇଁ ଆସିଥିଲେ । ଯେଉଁଥିରେ ତାଙ୍କର ପତିଦେବ ବିଜୟୀ ହୋଇଛନ୍ତି । ଇତିମଧ୍ୟରେ ବିଶ୍ୱ ବିଜେତା ହେବା ପରେ ତାଙ୍କର ଏକ ପୋଷ୍ଟ ବେଶ୍ ଭାଇରାଲ ହେଉଛି ।

ଟିମ୍ ଇଣ୍ଡିଆର ବିଜୟ ପରେ ଦେବିଶା ତାଙ୍କ ଇନଷ୍ଟାଗ୍ରାମରେ କେତେକ ଫଟୋ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ‘ଆଜ୍ ରାତ ଅଚ୍ଛି ନିନ୍ଦ ଆୟେଗି’ । ଏହାବାଦ ଦେବିଶା ଆଉ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଓ ତାଙ୍କ ପତି ସୂର୍ଯ୍ୟକୁମାର ଯାଦବ ଟ୍ରଫି ତୋଳି ଧରିଛନ୍ତି । ଏଥିରେ ଲେଖା ହୋଇଛି, ‘ଅବିଶ୍ୱସନୀୟ’ ।

Get real time updates directly on you device, subscribe now.