fbpx

ଆତ୍ମନିର୍ଭର ଭାରତ ପ୍ୟାକେଜ-୫, ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ହଜାର କୋଟିର ଘୋଷଣା

ନୂଆଦିଲ୍ଲୀ, ୧୭ା୫: ଆର୍ଥିକ ପ୍ୟାକେଜ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପଞ୍ଚମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦେଶ ଆଜି ସଙ୍କଟ ସମୟ ଦେଇ ଗତି କରୁଛି । ଅର୍ଥିକ ସଙ୍କଟ ସତ୍ତେ୍ୱ ଆମକୁ ଆଗକୁ ବଢ଼ିବାକୁ ହେବ । ଆର୍ଥିକ ପ୍ୟାକେଜ ପଞ୍ଜମ କିସ୍ତିରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ହଜାର କୋଟିର ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ହୋଇଛି । ଟେଷ୍ଟିଂ ଲ୍ୟାବ ଓ କିଟ୍ ପାଇଁ ୫୫୦କୋଟି ଟଙ୍କା, କରୋନା ମୁକାବିଲା ପାଇଁ ରାଜ୍ୟକୁ ୪୧୧୩ କୋଟି ପ୍ରଦାନ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ୩୭୫୦ କୋଟି ଟଙ୍କା ପ୍ରଦାନ ହୋଇଛି ।
ବ୍ଲକ ସ୍ତରରେ ପବ୍ଲିକ ହେଲଥ ଲ୍ୟାବ କରାଯିବ । ମନରେଗା ଶ୍ରମିକଙ୍କ ପାଇଁ ୬୧ହଜାର କୋଟିର ବଜେଟ ହୋଇଛି । ମନରେଗା ପାଇଁ ୪୧ହଜାର କୋଟିର ଅତିରିକ୍ତ ପ୍ୟାକେଜ ଘୋଷଣା କରାଯାଇଛି । ଏହାଦ୍ୱାରା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ମଜବୁତ ମିଳିବ । ପ୍ରବାସୀ ଶ୍ରମିକ ଘରକୁ ଫେରିଲେ ସେମାନଙ୍କ କାମ ମିଳିବ ।
ଏହାସହ ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଉପରେ ଆମର ସ୍ୱତନ୍ତ୍ର ନଜର ରହିଛି । ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଛି । ଜନଧନରେ ୨୦କୋଟି ଲୋକଙ୍କୁ ଟଙ୍କା ଟ୍ରାନ୍ସଫର ହୋଇଛି । ଚାଷୀଙ୍କୁ ୨ମାସରେ ୮୬ହଜାର କୋଟି ଦିଆଯାଇଛି । ୮.୯୧ କୋଟି ଚାଷୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ମେ ୧୬ ସୁଦ୍ଧା ୮କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଛି । ୨୦କୋଟି ମହିଳାଙ୍କ ଆକାଉଣ୍ଟକୁ ୧୦ହଜାର କୋଟି ଦିଆଯାଇଛି । ଉଜ୍ଜ୍ୱଳା ଯୋଜନା ଜରିଆରେ ଗରିବଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି । ୮୦କୋଟି ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଦିଆଯାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.