ଶୁଲଭ ଦରରେ ମିଳିବ ଅଭଢ଼ା, ଶୃଙ୍ଖଳିତ ଦର୍ଶନ ପରେ ଶହେ ଟଙ୍କାରେ ଆତ୍ମତୃପ୍ତି
ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁମାନେ କିପରି ଆନନ୍ଦ ବଜାରରେ ସୁଲଭ ମୂଲ୍ୟରେ ଅଭଢ଼ା ପାଇପାରିବେ ସେ ଦିଗରେ ସରକାର ପଦକ୍ଷେପ ନେବେ।
ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ କିପରି ସୁଖଦ ଅନୁଭୂତି ନେଇ ଫେରିବେ ସେ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଆସନ୍ତା ୨୦ ତାରିଖରୁ ଧାଡ଼ି ଦର୍ଶନ ଆରମ୍ଭ ହେବାକୁ ଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁମାନେ କିପରି ଆନନ୍ଦ ବଜାରରେ ସୁଲଭ ମୂଲ୍ୟରେ ଅଭଢ଼ା ପାଇପାରିବେ ସେ ଦିଗରେ ସରକାର ପଦକ୍ଷେପ ନେବେ।
ଜଣେ ବ୍ୟକ୍ତି ମାତ୍ର ଶହେ ଟଙ୍କାରେ ଅନ୍ନ, ଡାଲି, ବେସର, ମହୁର ପାଇ ମନଖୁସିରେ ଘରକୁ ଫେରିବୋ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସିଏସ୍ଆଇଆର୍- ଆଇଏମ୍ଏମ୍ଟି ପରିସରରେ ଅନୁଷ୍ଠିତ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ’ର ଉଦ୍ଯାପନୀ ସମାରୋହରେ ମୁଖ୍ୟଅତି ଅତିଥି ଭାବେ ଯୋଗଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ମନ୍ତ୍ରୀଙ୍କ କହିବା ମୁତାବକ ଗଜପତି ମହାରାଜାଙ୍କ ଅନୁରୋଧକ୍ରମେ ସରକାରଙ୍କ ପକ୍ଷରୁ ଅନ୍ନଯଜ୍ଞ ମଣ୍ଡପର ପରିକଳ୍ପନା କରାଯାଇଛି। ଶୃଙ୍ଖଳା ଦୃଷ୍ଟିକୋଣରୁ ଶ୍ରୀମନ୍ଦିରର ନୀତି ପାଇଁ ବିଭିନ୍ନ ବନ୍ଦୋବସ୍ତକୁ ବନ୍ଦ ରଖାଯାଉଛି। ଅନ୍ତତଃ ଶ୍ରୀମନ୍ଦିରକୁ ଆସୁଥିବା ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଅନ୍ନଯଜ୍ଞ ମଣ୍ଡପରେରେ କିଭଳି ଅନାୟାସରେ ପ୍ରସାଦ ପାଇବେ ସେ ନେ ନେଇ ସରକାର ଚିନ୍ତା କରୁଛନ୍ତି।