ପିପିଲିରେ ପୁଣି ଲଜ୍ଜା, ମାନସିକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁରୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ। ଲୋକେ ଯେପରି ନୃଶଂସ ପାଲଟିଯାଉଛନ୍ତି। ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଅନେକ ଲୋକ ଏହାର ଶିକାର ହେଉଛନ୍ତି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ଠାରେ।

ଯେଉଁଠି ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ କରି ମାରିଦେବାକୁ ଉଦ୍ୟମ କରାଯାଉଥିଲା। ଥାନାରେ ଏହାକୁ ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି।