fbpx

ବସ୍-ଟ୍ରକ ମୁହାଁମୁହିଁ ,୨ମୃତ ଓ ୨୮ଆହତ

ଭଦ୍ରକ, ୩ା୧(ଓଡ଼ିଶା ଭାସ୍କର): ଭଦ୍ରକ ବନ୍ତଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଥିବା ଓଭରବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ୍ ସହ ଟ୍ରକ ମୁହାଁମୁହିଁ ହୋଇଛି । ଯାହା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୮ଜଣ ଆହତ ମଧ୍ୟ ହୋଇଛନ୍ତି । ମୃତକ ହେଉଛନ୍ତି ଭଦ୍ରକର ଶେଖ ନିଜାମୁଦ୍ଦିନ ଓ ବିଶାଖପାଟଣାର ଇଦରୁସ ବାସା । ଏହାସହ ଗୁରୁତର ହୋଇଥିବା ୮ଜଣଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ରେଡ଼କ୍ରସ ପକ୍ଷରୁ ଆହତଙ୍କୁ ୫ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି । ସେହିପରି ପ୍ରତି ମୃତକଙ୍କ ପରିବାରକୁ ୧୦ହଜାର କ୍ଷତିପୂରଣ ଦିଆଯାଇଛି । ଧାମନଗରରୁ ଭଦ୍ରକ ରେଳ ଷ୍ଟେସନକୁ ତୀର୍ଥଯାତ୍ରୀ ଫେରିବା ସମୟରେ ଏହିପରି ଅଘଟଣ ଘଟିଛି ।

Get real time updates directly on you device, subscribe now.