fbpx
BJD SKY
BJD SKY

(Vedio)ଭଦୋଦରା ରାସାୟନିକ କାରଖାନାରେ ବିସ୍ଫୋରଣ ପରେ ବ୍ୟାପକ ଅଗ୍ନିକାଣ୍ଡ, ୧୫ ଆହତ

BJD

ନୂଆଦିଲ୍ଲୀ(ଓଡିଶା ଭାସ୍କର): ଭଦୋଦରା, ନନ୍ଦେସରୀ GIDC ଠାରେ ଥିବା ଦୀପକ ନାଇଟ୍ରାଇଟ୍ କମ୍ପାନୀରେ ବିସ୍ଫୋରଣ ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡର ଖବର ଆସିଛି। ନିଆଁ ଲାଗିବା ମାତ୍ରେ ୧୫ ଟି ଅଗ୍ନିଶମ ବାହନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

କୁହାଯାଉଛି ଯେ ନନ୍ଦେସରୀ GIDC ରେ ଅବସ୍ଥିତ ଦୀପକ ନାଇଟ୍ରାଇଟ୍ କମ୍ପାନୀରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଚେଷ୍ଟା କରୁଛନ୍ତି। ତେବେ ଅଗ୍ନିକାଣ୍ଡ ଯୋଗୁଁ ଏହି ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୧୫ ଜଣ ଆହତ ହୋଇଥିବା କୁହାଯାଉଛି। ଯେଉଁମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ, ପ୍ରାୟ ୯-୧୦ କିଲୋମିଟର ଦୂରରେ ନିଆଁ ଲାଗିବା ସମୟରେ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା।

 

 

 

 

Get real time updates directly on you device, subscribe now.