fbpx

ଦୁର୍ଘଟଣାରେ ୬ ମୃତ, ୩ ଆହତ

ଭୁବନେଶ୍ୱର, ୩୦ ।୧(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ନେଙ୍କଡାଘରଠାରେ ପିକଅପ୍ ଭ୍ୟାନକୁ ଟ୍ରକ୍ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେହିପରି ନୟାଗଡ ସୁବଳୟାରେ ଟ୍ରକ ଧକ୍କାରେ ଶୁଭମ ବିଶ୍ୱର ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ଜଗତସିଂହପୁର ଜିଲା ପାରାଦୀପ ଟର୍ମିନାଲ ଛକ ଠାରେ ଗୁରୁବାର ଏକ ବାଇକକୁ ହାଇଓ୍ବା ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୄତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୄତକ ଜଣଙ୍କ ହେଲେ ନିତେଶ ଠାକୁର ।

ସୁବର୍ଣ୍ଣପୁର ହରଡଖୋଲରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.