fbpx

ଭୁବନେଶ୍ୱର ଡିସିପିଙ୍କ ସୂଚନା, ଦୀପାବଳିରେ ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ

AAKASH

ଭୁବନେଶ୍ୱର: ଦୀପାବଳି ଉପଲକ୍ଷେ ରାଜଧାନୀରେ ମଦୁଆ ଓ ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କଠୋର ହୋଇଛନ୍ତି ପୋଲିସ । ସହରରେ ମଦ ପିଇ ଉତ୍ପାତ କଲେ ପୋଲିସ ସିଧା ଥାନାକୁ ଉଠାଇ ଆଣିବ । ଏ ବିଷୟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଦୀପାବଳି ଉପଲକ୍ଷେ ପୋଲିସ ସହରର ଗଳି କନ୍ଦିରେ ସାଦା ପୋଷାକରେ ବୁଲିବେ । ଫଳରେ ମଦୁଆଙ୍କୁ ଆଉ ରକ୍ଷା ନାହିଁ । ଆଖିରେ ପଡିଲେ ମଦୁଆଙ୍କୁ ସିଧା ଥାନାକୁ ଉଠାଇ ଆଣିବ ପୋଲିସ । ଏହା ସହିତ ଯେଉଁମାନେ ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବ । ପିସିଆର୍ ସହ ଥାନା କର୍ମଚାରୀ ଗଳି କନ୍ଦିରେ ବୁଲିବେ । ରାତିରେ ବିଭିନ୍ନ ସ୍ଥାନରେ ଚେକିଂ ଲାଗି ବ୍ଲକିଂ ମଧ୍ୟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.