ନାବାଳିକାକୁ ଦୁଷ୍କର୍ମ ପରେ, ୩ ମହଲା ଛାତରୁ ତଳକୁ ଡ଼େଇଁ ପଡ଼ିଲା ଅଭିଯୁକ୍ତ

ପୁଣି ରାଉରକେଲାରେ ଲଜ୍ଜା। ନାବାଳିକାକୁ ଦୁଷ୍କର୍ମ କଲା ଯୁବକ। ଗିରଫ ହେବା ଭୟରେ ୩ ମହଲା ଛାତରୁ ଡେଇଁ ପଡିଲା।

ରାଉରକେଲା: ଚିନ୍ତା ବଢ଼ାଇଲାଣି ରାଉରକେଲା। ପୁଣି ଥରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରିଛି ସେହି ଗାଁର ପିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ।

ଗତକାଲି ବିଳମ୍ୱିତ ରାତିରେ ମାମଲା ରୁଜୁ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ। ତେବେ ଅଭିଯୋଗ ହୋଇଛି କି, ଯୁବକ ଜଣକ ଉକ୍ତ ଗାଁର ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ପରେ ଛାତରୁ ତଳକୁ ଡ଼େଇଁ ପଡିଥିଲା।

ଗିରଫ ହେବା ଭୟରେ ୩ ମହଲା ଛାତରୁ ତଳକୁ ଡେଇଁ ପଡିଲା ଦୁଷ୍କର୍ମକାରୀ। ଫଳରେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପୋଲିସ ତଦନ୍ତ ଆରମ୍ଭ କରିଛି। ଆଜି ଯୁବକକୁ ଅଧିକ ପଚରା ଉଚରା କରାଯାଇ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି।