fbpx

(Video) ପୁରୀରେ ଘର ଭିତରୁ ହେଲା ଏସିଡ ମାଡ଼; ଆଖି ମୁହଁ ସବୁ ପୋଡ଼ିଗଲା…

Advertisement

ପୁରୀ: (ଓଡ଼ିଶା ଭାସ୍କର) ପୁରୀରେ ଗୋଡ଼େଇ ଗୋଡ଼େଇ ଏସିଡ଼ ମାଡ଼ । ହାତରେ ଏସିଡ଼ ବଲ ଧରିଲେ ମୁହଁକୁ ମୁହଁକୁ ଏସିଡ଼ ମାଡ଼ କଲେ । ଆଖିକୁ ପିଠିକୁ ଯୁଆଡ଼େ ପାରିଲେ ଏସିଡ ମାରି ଚାଲିଲେ । ଦୟା ମାୟା ରହିଲା ନାହିଁ ଦୁର୍ବୃତ୍ତ ମାନଙ୍କ ପାଖରେ । ଅତି ନୃଶଂସତାର ପରିଚୟ ଦେଇ ମାରି ଚାଲିଥିଲେ ଏସିଡ । ଛାଡ଼ ଛାଡ଼ କହୁଥିଲେ ସୁଧା କାହାରି ଉପରେ ଫରକ ପଡ଼ୁନଥିଲା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାଳବଣୀଆ ଥାନା ଅନ୍ତର୍ଗତ ଚମାରସାହିରେ ।

ପୂର୍ବ ଶତ୍ରୁତାକୁ ନେଇ ଘଟିଛି ଅଘଟଣ । ୯ ଜଣଙ୍କ ଉପରକୁ ହୋଇଛି ଏସିଡ ଦ୍ୱାରା ଆକ୍ରମଣ । ସମସ୍ତେ ଗୁରୁତର ଆହତ ହୋଇଛନ୍ତି । ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ୨ ଜଣଙ୍କ ଆଖି ଗୁରୁତର ଭାବରେ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ସିଦ୍ଧାମହାବୀର ଚମାରସାହିରେ ଏସିଡ ମାଡ଼ ହୋଇଛି ।

ଆହତ ହୋଇଥିବା ଲୋକ ହେଲେ ବାଞ୍ଚୁ ବେହେରେ (୪୨) ତାଙ୍କ ସ୍ତ୍ରୀ ଯମୁନା ବେହେରା (୪୦), ଯମୁନାଙ୍କ ଭଉଣୀ ପାର୍ବତୀ ବେହେରା (୩୦), ଭାଇ ବିଜୟ ବେହେରା (୩୫) ଓ ତାଙ୍କ ଅନ୍ୟ ସମ୍ପର୍କୀୟ ସାରଥୀ ବେହେରା (୩୪), ଚମ୍ପା ବେହେରା (୫୦) ଓ ଦୁଲେଇ ବେହେରା (୪୯) । ସେହିପରି ଅନ୍ୟ ପରିବାରରୁ ଆହତ ହୋଇଥିବା ବାପ ପୁଅ ହେଲେ ବିଜୟ ବେହେରା (୪୮) ଓ ତାଙ୍କ ପୁଅ ପ୍ରଶାନ୍ତ ବେହେରା । ଘଟଣାସ୍ଥଳ ଓ ମେଡିକାଲରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.