fbpx
BSKY SKY
BSKY SKY

ଆକ୍ସନ ଷ୍ଟାର ବିଦ୍ୟୁତ ଜମୱାଲଙ୍କୁ ଗିରଫ କଲା ପୋଲିସ… ଜାଣନ୍ତୁ ଅପରାଧ

BSKY

ମୁମ୍ବାଇ: ବର୍ତ୍ତମାନ ବଲିଉଡର ବଡ଼ ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲଙ୍କ ଖୁବ ଉପରେ ରହିଥାଏ । ବିଦ୍ୟୁତ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘କ୍ରାକ୍’ରେ ଧମାକାଦାର ଆକ୍ସନ କରୁଥିବାର ନଜର ଆସିବେ । ଏହି ସିନେମା ପାଇଁ ବିଦ୍ୟୁତ ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ତାଙ୍କୁ ନେଇ ଏକ ବଡ଼ ଖବର ଜାଣିବାକୁ ମିଳିଛି । ଫିଲ୍ମଟି ରିଲିଜ ହେବାପୂର୍ବରୁ କିନ୍ତୁ ତାଙ୍କୁ ରେଲୱେ ପୋଲିସ ଗିରଫ କରିଥିବା ଜାଣିବାକୁ ମିଳିଛି । ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ ପୋଲିସ ଥାନାରେ ବସିଥିବା ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ରେଲୱେ ସୁରକ୍ଷା ବଳ(RPF)ର ବାନ୍ଦ୍ରା ଅଫିସରୁ ବିଦ୍ୟୁତ ଜାମୱାଲଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାନ୍ଦ୍ରା ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ରହିଛି ଏହି ରେଲୱେ ପୋଲିସ ଷ୍ଟେସନ । ଅଭିଯୋଗ ଅନୁସାରେ, କମାଣ୍ଡୋ ଷ୍ଟାର ବିଦ୍ୟୁତଙ୍କୁ ବିଦଜନକ ଷ୍ଟଣ୍ଟ କରୁଥିବା ବେଳେ ରେଲୱେ ପୋଲିସ ଗିରଫ କରିଛି । ତେବେ ଅଭିଯୋଗକୁ ନେଇ ବର୍ତ୍ତମାନ ସୁଦ୍ଧା ଅଫିସିଆଲ ଭାବରେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ପୋଲିସ ତାଙ୍କୁ ହେପାଜତକୁ ନେଇଛି ।

ଆକ୍ସନ ଷ୍ଟାର ବିଦ୍ୟୁତ୍ ଜାମୱାଲ ଫିଲ୍ମରେ ଖତରନାକ ଷ୍ଟଣ୍ଟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ଅଭିନୟ ବ୍ୟତୀତ ଜଣେ ମାର୍ଶଲ ଆର୍ଟିଷ୍ଟ ଭାବରେ ମଧ୍ୟ ଅନେକ ସଫଳତା ପାଇଛନ୍ତି । ତେବେ ‘କମାଣ୍ଡୋ’ ଚଳଚ୍ଚିତ୍ରରେ ବେଶ୍ ପରିଚୟ ପାଇଥିଲେ ବିଦ୍ୟୁତ ଜାମୱାଲ । ଫିଲ୍ମଫେୟାର ଆୱାର୍ଡ ବ୍ୟତୀତ ଆହୁରି ଅନେକ ପୁରସ୍କାର ନିଜ ନାମରେ କରିବାରେ ସେ ସଫଳ ହୋଇଛନ୍ତି । ‘ଶକ୍ତି’ ସିନେମାରୁ ସେ ତେଲୁଗୁ ସିନେମାରେ ଡେବ୍ୟୁ କରିଥିଲେ । ଏହାପରେ ‘ଫୋର୍ସ’ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ ।

Get real time updates directly on you device, subscribe now.