fbpx

ରାଜଧାନୀ ସହିତ ରାଜ୍ୟର ବିଭିନ୍ନ ସହର ଛାତି ଉପରେ ଗଢ଼ା ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଉପରେ କାର୍ଯ୍ୟନୁଷ୍ଠାନ: କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀଙ୍କ ଜବାବ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ସହରରେ ବେଆଇନ୍ ଆପାର୍ଟମେଣ୍ଟ ସଂଖ୍ୟା କେତେ ରହିଛି । ଏଥିସହ ରାଜଧାନୀରେ ବେଆଇନ୍ ଆପାର୍ଟମେଣ୍ଟ କେତେ ହୋଇଛି । ଏନେଇ ଆଜି ଗୃହରେ କଂଗ୍ରସ ବିଧାୟକ ତାରାବାହୀପତି ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରଶ୍ନ ପଚାରିଛନ୍ତି ।

ଏହାର ଉତ୍ତରରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୭୧୯ ଟି ବେଆଇନ୍ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି । ସେଥିମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମରେ ୬୮୯ ମାମଲା ଦାଏର କରାଯାଇଛି । ରାଜ୍ୟରେ ବିଭିନ୍ନ ସହରରେ ବେଆଇନ ଗଠିତ ସମସ୍ତ ଆପାର୍ଟମେଣ୍ଟ ଗୁଡିକର ବିଧିବଦ୍ଧ ଆକଳନ କରାଯାଇନଥିଲେ ମଧ୍ୟ ଭୁବନେଶ୍ୱର ତଥା ଅନ୍ୟାନ୍ୟ ସହର ମାନଙ୍କରେ ୭୧୯ଟି ମାମଲା ବେଆଇନ କୋଠାବାଡି ବିରୋଧରେ ଦାଖଲ ହୋଇଛି ।

ବେଆଇନ କୋଠାବାଡି ନିର୍ମାଣ କରୁଥିବା ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ମାନଙ୍କ ବିରୋଧରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ ୧୯୮୨ର ଧାରା ୯୦, ୯୧, ୯୨ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନଗତ ବ୍ୟବସ୍ଥା ରହିଛି ।

 

Get real time updates directly on you device, subscribe now.