ଭୁବନେଶ୍ବର: ଆଉ ଦୁଇଦିନ ପରେ ବିଦାୟ ନେବ ପୁରୁଣା ବର୍ଷ । ନୂଆ ବର୍ଷକୁ ଆଗମନ କରିବା ପାଇଁ ସମସ୍ତେ କରିବେ ଜିରୋ ନାଇଟ୍ ସେଲିବ୍ରେସନ । ପାର୍ଟିର ଆସର ସହିତ ଡିଜେ ନାଇଟର ତାଳେ ତାଳେ ଝୁମିବେ ଦର୍ଶକ । ନବ ବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଅବକାରୀ ବିଭାଗ ମଧ୍ୟ ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ନୂଆ ବର୍ଷରେ ଚୋରାମଦ ବିକ୍ରି ହୋଇପାରିବ ନାହିଁ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ତେବେ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଥିବା ଅବକାରୀ ମନ୍ତ୍ରୀ । ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ । ଯଦି ଚୋରାରେ ମଦ ବିକ୍ରି ହୁଏ ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିରୋ ନାଇଟ୍ର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଏନେଇ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଥିବା ବେଳେ ଆଗାମୀ ଜାନୁଆରୀ ଶେଷ ପର୍ଯ୍ୟନ୍ତ କଡାକଡି ଚେକିଂ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।