fbpx

ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାରେ ଅଭିନେତା ମନୋଜ ଗିରଫ: ୧୩ ବର୍ଷ ପର୍ଯ୍ୟନ୍ତ ସମ୍ପର୍କୀୟଙ୍କୁ ବଳାତ୍କାର

ମୁମ୍ବାଇ: ସମ୍ପର୍କୀୟଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଆଜି ଜଣେ ଅଭିନେତାଙ୍କ ହାତରେ ହାତକଡ଼ା ଲଗାଇ ଦେଇଛି । ବିବାହର ପ୍ରତିଶ୍ରୁତି ଦେଇ ୧୩ ବର୍ଷରୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଚଳଚ୍ଚିତ୍ର ଅଭିନେତା । ଏ ନେଇ ପୀଡ଼ିତା ମହିଳା ନିଜେ ଏକ ମାମଲା ରୁଜୁ କରିବା ପରେ ପୋଲିସ ଅଭିନେତାଙ୍କୁ ଗିରଫ କରିଛି । ୨୦୧୧ ମସିହାରୁ ବିବାହର ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ୨୯ ବର୍ଷୀୟ ଯୁବତୀଙ୍କୁ ଅପ୍ରାକୃତିକ ଯୌନ ସମ୍ପର୍କ ରକିବା ପାଇଁ ବାଧ୍ୟ କରୁଥିଲେ ଅଭିଯୁକ୍ତ ଅଭିନେତା ।

ସୂଚନା ଅନୁସାରେ, ଛତିଶଗଡ଼ର ଅଭିନେତା ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନୋଜ ରାଜପୁତଙ୍କୁ ବଳାତ୍କାର ଏବଂ ଅପ୍ରାକୃତିକ ଯୌନ ସମ୍ପର୍କ ଅଭିଯୋଗରେ ଗିରଫ କରିଛି ପୋଲିସ । ୨୯ ବର୍ଷୀୟା ପୀଡ଼ିତାଙ୍କ ଅଧାରରେ ପୋଲିସ ଅଭିଯୁକ୍ତ ମନୋଜଙ୍କୁ ଦୁର୍ଗ ଜିଲ୍ଲାର କାର୍ଯ୍ୟାଳୟରୁ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଏ ନେଇ ଷ୍ଟେସନ ହାଉସ ଅପିସର ରାଜକୁାର ବୋରଝା କହିଛନ୍ତି ଯେ, ଫେବୃଆରୀ ୨୨ ତାରିଖରେ ପୀଡ଼ିତା ଯୁବତୀ ଓଲ୍ଡ ଭିଲାଇ ପୋଲିସ ଷ୍ଟେସନରେ ଅଭିଯୋଗ ଆଣିଥିଲେ । ୨୦୧୧ ମସିହାରୁ ମନୋଜ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖିଥିବା ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତା ମହିଳା । କିନ୍ତୁ ପୀଡ଼ିତା ବିବାହ ପାଇଁ ମନୋଜଙ୍କୁ ବାଧ୍ୟ କରିବାରୁ ସେ ମନା କରି ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।

ଯୁବତୀଙ୍କ ଏହି ଅଭିଯୋଗ ଆଧାରରେ ଅଭିନେତା ମନୋଜ ରାଜପୁତଙ୍କ ଉପରେ ବଳାତ୍କାର, ଅପ୍ରାକୃତିକ ଯୌନ ସମ୍ପର୍କ ଏବଂ ଅପରାଧିକ ଧମକ ସମ୍ପର୍କିତ ମାମଲା ରୁଜୁ ହୋଇଛି । ଏହାସହିତ ମନୋଜଙ୍କ ବିରୋଧରେ ଅପରାଧ ପାଇଁ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଏବଂ ପୋକ୍ସେ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କ ସହ ଯୌନ ସମ୍ପର୍କ ଆରମ୍ଭ ହୋଇଥିବା ସମୟରେ ସେ ନାବାଳିକା ଥିଲେ ମଧ୍ୟ ଏହି ମାମଲାରେ ପୋକ୍ସୋ ନିୟମକୁ ରଦ୍ଦ କରିଛନ୍ତି ସ୍ଥାନୀୟ ଅଦାଲତ ।

ତେବେ ମନୋଜ କହିଛନ୍ତି ଯେ, ଏହା ତାଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର । ମିଛ ମାମଲାରେ ତାଙ୍କୁ ଫସାଯାଉଥିବା ଅଭିଯୋଗ ଆଣିଛନ୍ତି ମନୋଜ । ଏହାସହିତ ରାଜେଶ ବିହାରୀ ନାମକ ଜଣେ ବ୍ୟକ୍ତି ତାଙ୍କ ପାଖରୁ ପ୍ରତିଶୋଧ ନେଉଥିବା ମନୋଜ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.