fbpx
BSKY
BJD MC SKY
BJD YOUTH SKY

ଲକ୍ ଅପ୍ ଶୋ’ରେ ପୁନମ୍ ହେବେ ଟପଲେସ୍, ହଟ୍ ଅବତାର ଦେଖିବାକୁ ଗୋଟିଏ ସପ୍ତାହ ଅପେକ୍ଷା କରିବେ ଫ୍ୟାନ୍ସ

ନୂଆଦିଲ୍ଲୀ: ଅଭିନେତ୍ରୀ ପୁନମ ପାଣ୍ଡେ ନିଜର ହଟ୍ ଅନ୍ଦାଜକୁ ନେଇ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥାନ୍ତି । ପୁନମ ଫ୍ୟାନ୍ସଙ୍କୁ କିଛି ନୂଆ ବୋଲ୍ଡ ଅବତାର ଦେଖାଇବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ପୁନମ ରିୟଲିଟି ଶୋ ଲକ୍ ଅପରେ ନିଜର ଜଲୱା ଦେଖାଇ ଫ୍ୟାନ୍ସଙ୍କୁ ବିମୋହିତ କରୁଛନ୍ତି । ଶୋ’ ବର୍ତ୍ତମାନ ଗ୍ରାଣ୍ଡ ଫିନାଡ଼େ ଆଡ଼କୁ ଗତି କରୁଥିବା ବେଳେ ଅଧିକ ସଂଖ୍ୟକ ଭୋଟ ପାଇବା ପାଇଁ ପୁନମ୍ ଏପରି କିଛି ନୂଆ ଫର୍ମୂଲା ଆପଣାଇଛନ୍ତି ।

ଲକଅପ୍ ଏପିସୋଡରେ ପୁନମ୍ କହିଛନ୍ତି ଯେ, ମୁଁ ନ୍ୟାସନାଲ ଟେଲିଭିଜନରେ ନ୍ୟୁଡ୍ ହେବାକୁ ରାଜି, ଯଦି ମୋତେ ସବୁଠାରୁ ଅଧିକ ଭୋଟ ମିଳିବ । ମୁଁ ଟି-ଶାର୍ଟ ଉତାରିଦେବି, ସମ୍ଭବତଃ ଅନ୍ତବସ୍ତ୍ର ରହି ନପାରେ । ତେବେ ପୁନମ୍ ଆଗକୁ କ’ଣ କରୁଛନ୍ତି ତାହା ଚଳିତ ସପ୍ତାହ ଶେଷ ସୁଦ୍ଧା ଜଣାପଡ଼ିଯିବ । ପୁନମ୍ ଫ୍ୟାନ୍ସଙ୍କୁ ଦେଇଥିବା କଥାକୁ କେତେଦୂର ପାଳନ କରୁଛନ୍ତି ତାହା ସ୍ପଷ୍ଟ ହୋଇଯିବ ।

ସୂଚନାଯୋଗ୍ୟ ଯେ, ପୁନମ୍ ପ୍ରଥମ ଥର ପାଇଁ ବୋଲ୍ଡ ପ୍ରୋପିଜ୍ କରୁନାହାନ୍ତି । ଲକ ଅପରେ ପୁନମ ପୂର୍ବରୁ ଫ୍ୟାନ୍ସଙ୍କ ଠାରୁ ଭୋଟ ପାଇବା ବଦଳରେ ଟପଲେସ୍ ହେବାକୁ କହିଥିଲେ । ଶୋ’ର ସଞ୍ଚାଳିକା କଙ୍ଗନା ରଣାୱତ ପୁନମଙ୍କୁ ଶୋ’ରେ ସୁରକ୍ଷିତ ରଖିବା ପରେ ପୁନମ ନିଜର ଟପ୍ ଉତାରି ଦେଇଥିଲେ । କିଛିଦିନ ପୂର୍ବରୁ ପୁନମ୍ ନ୍ୟାସନାଲ ଟେଲିଭଜନରେ ଓପନ ଆର୍ଡ ଏରିଆରେ ଗାଧୋଉଥିବା ଦେଖାଯାଇଥିଲା । ମାତ୍ର ଏହି ଦୃଶ୍ୟକୁ ଶୋରେ ଟେଲିକାଷ୍ଟ କରାଯାଇନଥିଲା । ଗତ ୨୦୧୧ରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଲେ ଷ୍ଟ୍ରିପ୍ ହେବେ ବୋଲି ପୁନମ୍ କହିଥିଲେ । ଆଇପିଏଲ ୫ରେ କୋଲକାତା ନାଇଟ ରାଇଡର୍ସର ବିଜୟ ପରେ ପୁନମ୍ ନ୍ୟୁଡ୍ ପୋଜ୍ ଦେଇଥିଲେ ।

Get real time updates directly on you device, subscribe now.